Latest Odisha News

BREAKING NEWS

ବିବାହରେ ମିଳିଲା ଏକେ-୪୭ ଉପହାର !

ଭୁବନେଶ୍ୱର: ଏମିତି ଏକ ବିବାହ, ଯେଉଁଠି ଉପହାର ସ୍ୱରୂପ ମିଳୁଛି ଘାତକ ହତିଆର । ମିଳିବନି ବା କେମିତି ? ଯେତେହେଲେ ବି ପାକିସ୍ତାନ ଦେଶ । ଏଠି ଗୁଳିଗୋଳା ସହ ଖେଳିବା ଛୋଟ ପିଲାଙ୍କ କାମ ଓ ଆତଙ୍କବାଦ ଏଠି ଧର୍ମ । ଏମିତିରେ ଜଣେ ବ୍ୟକ୍ତିଙ୍କ ବିବାହରେ ଉପହାର ସ୍ୱରୂପ ବନ୍ଧୁକ ମିଳିବା କିଛି ବଡ କଥା ନୁହେଁ ।

ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଯେଉଁଠି ଏକ ବିବାହ ସମାରୋହରେ ଜଣେ ବରକୁ କୌଣସି ଲଫାଫାରେ ଉପହାର ବଦଳରେ ମିଳିଥିଲା ଏକ ଅତ୍ୟାଧୁନିକ ଏକେ-୪୭ ବନ୍ଧୁକ । ନବବିବାହିତ ଦମ୍ପତ୍ତି ଷ୍ଟେଜରେ ବସିଥିବାବେଳେ ଜଣେ ମହିଳା ଦେଇଥିଲେ ଏପରି ତାଜୁବ କଲାଭଳି ଉପହାର ।

ବନ୍ଧୁକକୁ ଦେଖି ବ୍ୟକ୍ତି ଜଣକ ଚକିତ ହୋଇଥିଲେ ବି ଖୁସୀଖୁସୀ ତାକୁ ଗ୍ରହଣ କରିଥିଲେ । ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଥିବା ଏହି ଭିଡିଓକୁ ନେଇ ଲୋକଙ୍କର ବିଭିନ୍ନ ପ୍ରକାର କମେଣ୍ଟ ସାମ୍ନାକୁ ଆସିଛି ।

Leave A Reply

Your email address will not be published.