Latest Odisha News

BREAKING NEWS

ବାୟୁସେନା ପରେ ନୌସେନାକୁ ମିଳିବ ରାଫେଲ୍ ବଳ: ଫ୍ରାନ୍ସ ସହ ପୁଣି ଡିଲ୍‌ କରିବ ଭାରତ

ନୂଆଦିଲ୍ଲୀ: ବାୟୁସେନା ପରେ ନୌସେନାକୁ ମିଳିବ ରାଫେଲ୍ ବଳ। ଫ୍ରାନ୍ସରୁ ପୁଣି ଆସିବ ରାଫେଲ୍ ବିମାନ। ୬୩ ହଜାର କୋଟିରେ ୨୬ଟି ଲଢ଼ୁଆ ବିମାନ କିଣିବା ପାଇଁ ଆଜି ଫ୍ରାନ୍ସ ସହ ଡିଲ୍ କରିବ ଭାରତ। ପୂର୍ବରୁ ବାୟୁସେନାରେ ମୁତୟନ ଅଛି ୩୬ଟି ରାଫେଲ୍।

୨୨ଟି ସିଙ୍ଗିଲ ସିଟର ଓ ୪ଟି ଟ୍ୱିନ୍ ସିଟର ରାଫେଲ ଜେଟ୍ କିଣିବ ଭାରତ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଶତ୍ରୁ ଦେଶକୁ ଜବାବ୍ ଦେବାକୁ ପ୍ରସ୍ତୁତ ରହିଛି ଭାରତ। କୌଣସି ପରିସ୍ଥିତିରେ ଯୁଦ୍ଧ ପରିସ୍ଥିତି ଉପୁଜିପାରେ। ଏହାରି ଭିତରେ ନୌସେନାକୁ ରାଫେଲ ବଳ ମିଳିବା ଦେଶ ପାଇଁ ଶକ୍ତିଶାଳୀ ସବ୍ୟସ୍ତ ହୋଇପାରେ।

ଭାରତ କିଣିବାକୁ ଥିବା ୧୧୪ ଯୁଦ୍ଧ ବିମାନ ଯୋଜନାରେ F-35, Su-57 , F-21,ଗ୍ରିପେନ୍, ରାଫେଲ, ୟୁରୋଫାଇଟର ଟାଇଫୁନ୍ ଓ F-15EX ଭଳି ବିଦେଶୀ ଫାଇଟର ଜେଟ୍ ଥିଲା। ଏହି ଯୋଜନା ବହୁ ବର୍ଷ ଧରି ଅଟକି ଥିଲା। ଏଥିରେ ଖୁବ୍ ବିଳମ୍ବ ହେଉଥିଲା। ଏହି କାରଣୁ ଭାରତ ନିଷ୍ପତ୍ତି ନେଇଥିଲା ଏବେ ସେ ବିଦେଶୀ ଜେଟ୍‌ ଉପରେ ନିର୍ଭର କରିବା ବଦଳରେ ନିଜ ଦେଶରେ ତିଆରି ବିମାନକୁ ଆହୁରି ଭଲ ତିଆରି କରିବ ଓ ତାକୁ ପ୍ରାଧାନ୍ୟ ଦେବ। ଭାରତୀୟ ବାୟୁସେନା ପାଖରେ ୩୧ ହଜାର ଫାଇଟର ସ୍କ୍ବ୍ରାଡନ୍ ରହିଛି । ବାୟୁସେନାକୁ ଶକ୍ତିଶାଳୀ କରିବାକୁ ଭାରତ ଏବେ ନିଜର ସ୍ୱଦେଶୀ ଫାଇଟର ଜେଟ୍‌ ଉପରେ ଅଧିକ ଧ୍ୟାନ ଦେଉଛି ।

Comments are closed.