Latest Odisha News

BREAKING NEWS

ଟି-୨୦ରେ ଶ୍ରେଷ୍ଠ ଦଳ ଭାବେ ଭାରତର ପତିଆରା ଜାରି

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଜୟୀ ହେବା ପରେ ଟି-୨୦ରେ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଶକ୍ତ ଧକ୍କା ଲାଗିଛି। କାରଣ ଭାରତ ହାରିଥିଲେ ଦ୍ବିତୀୟ ସ୍ଥାନରେ ଥିବା ଏହି ଦଳ ଏକ ନମ୍ବର ହେବାର ସମ୍ଭାବନା ଥିଲା। ଅର୍ଥାତ ଭାରତ ଟି-୨୦ରେ ଏକ ନମ୍ବର ଥିଲା, ଏବେ ବି ଏକ ନମ୍ବର ରହିଛି କିନ୍ତୁ ପଏଣ୍ଟ ତାଲିକାରେ ଦ୍ବିତୀୟ ଦଳଠୁ ପୂର୍ବ ଅପେକ୍ଷା ଅଧିକ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି-୨୦ ସିରିଜରେ ୨-୧ରେ ବିଜୟ ପରେ ନୂଆ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି।

ଟିମ୍ ଇଣ୍ଡିଆ ବର୍ତ୍ତମାନ ଆଇସିସିର ଶ୍ରେଷ୍ଠ ଦଳ ତାଲିକାରେ ୨୬୮ ରେଟିଂ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଛି। ଅନ୍ୟପକ୍ଷରେ ୨୬୧ ରେଟିଂ ପଏଣ୍ଟ ସହ ଇଂଲଣ୍ଡ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ଏବେ ପାକିସ୍ତାନରେ ୭ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳୁଛି। ଏହି ସିରିଜର ପ୍ରଥମ ୪ ଟି ମ୍ୟାଚ୍ ଖେଳାଯାଇଛି । ଏହା ପରେ ମ୍ୟାଚ୍ ୨-୨ ରେ ଡ୍ର ରହିଛି।

ଟି -୨୦ ମାନ୍ୟତାରେ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନ ଦଳ ଚତୁର୍ଥ ସ୍ଥାନରେ ରହିଛି। ଉଭୟ ଦଳର ରେଟିଂ ପଏଣ୍ଟ ୨୫୮-୨୫୮ ରହିଛି। କିନ୍ତୁ, ଯେହେତୁ ଦକ୍ଷିଣ ଆଫ୍ରିକା ପାକିସ୍ତାନ ତୁଳନାରେ କମ୍ ମ୍ୟାଚ୍ ଖେଳି ଏହି ପଏଣ୍ଟ ହାସଲ କରିଛି, ତେଣୁ ପାକିସ୍ତାନଠାରୁ ଉର୍ଦ୍ଧ୍ୱରେ ରହିଛି ଦକ୍ଷିଣ ଆଫ୍ରିକା।

ଦକ୍ଷିଣ ଆଫ୍ରିକା ଟିମ୍ ଏବେ ଭାରତ ଗସ୍ତରେ। ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତରେ ଆସିଛି ଏହି ଟିମ୍। ବିଶ୍ବକପ ପୂର୍ବରୁ ର଼୍ୟାଙ୍କିଙ୍ଗ ଅନୁଯାୟୀ ଉଭୟ ଦଳ ପାଇଁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ ରହିବ। ଯଦି ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଜିତେ, ତେବେ ଏହା ଏକ ନମ୍ବର ଦଳର ଦାବିକୁ ଆହୁରି ମଜବୁତ କରିବ। ଏଥିସହ ଭାରତ ଟି -୨୦ ବିଶ୍ୱକପରେ ପ୍ରବେଶ କଲେ ମନୋବଳ ଆହୁରି ବଢ଼ିବ।

Comments are closed.