Latest Odisha News

BREAKING NEWS

ବ୍ରିଟେନ୍‌ର ‘ରେଡ୍‌ ଲିଷ୍ଟ’ରୁ ହଟିଲା ଭାରତ

ନୂଆଦିଲ୍ଲୀ: ବ୍ରିଟେନ ସରକାର ରବିବାର ଭାରତକୁ ‘ରେଡ୍‌’ ଲିଷ୍ଟରୁ ‘ଅମ୍ବର’ ତାଲିକାକୁ ସ୍ଥାନାନ୍ତର କରିଛନ୍ତି।

ଏହି ପଦକ୍ଷେପ ଭାରତ ଏବଂ ବ୍ରିଟେନ ମଧ୍ୟରେ ଯାତାୟାତକୁ ସହଜ କରିବା ବୋଲି କୁହାଯାଉଛି।

ବ୍ରିଟେନ ଘୋଷଣା କରିଛି ଯେ ରେଡ୍‌ ଲିଷ୍ଟରେ ଥିବା ଭାରତକୁ ଅମ୍ବର ଲିଷ୍ଟକୁ ସ୍ଥାନାନ୍ତରଣ କରାଯାଇଛି। ଏହାକୁ ସମ୍ପୂର୍ଣ୍ଣ ରେଡ୍‌ ଲିଷ୍ଟ୍‌ରୁ କମ୍‌ ବିପଦ ଥିବା ଅମ୍ବର ଲିଷ୍ଟକୁ ସ୍ଥାନାନ୍ତରଣ କରାଯାଇଛି। ବ୍ରିଟେନ ସରକାରଙ୍କ ଦ୍ବାରା ଜାରି ହୋଇଥିବା ବିଦେଶୀ ଯାତ୍ରା ପରାମର୍ଶ ଅନୁଯାୟୀ, ଏହି ପରିବର୍ତ୍ତନ ଅଗଷ୍ଟ ୮ ରବିବାର ଦିନ ସକାଳ ୪ ଟାରୁ ଲାଗୁ ହୋଇଛି।

ଏହାର ଅର୍ଥ ହେଉଛି ଯେ ଭାରତରୁ ବ୍ରିଟେନକୁ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ କଟକଣାରେ କିଛିଟା କୋହଳ କରାଯାଇଛି। ଏଥିରେ ସମ୍ପୂର୍ଣ୍ଣ ଟିକାକରଣ କରିଥିବା ଯାତ୍ରୀମାନେ ସାମିଲ୍‌ ହେବେ ନାହିଁ। ଟିକା ନେଇଥିବା ଯାତ୍ରୀଙ୍କୁ ୧୦ ଦିନିଆ ସଙ୍ଗରୋଧ ନିୟମ ମଧ୍ୟ ପାଳନ କରିବାକୁ ପଡ଼ିବ ନାହିଁ। ବିନା କଟକଣାରେ ଏଣିକି ବ୍ରିଟେନ୍‌ରେ ପ୍ରବେଶ ପାଇଁ ଭାରତୀୟଙ୍କୁ ମିଳିଲା ଅନୁମତି।

Comments are closed.