Latest Odisha News

BREAKING NEWS

‘ଭାରତ ପାଖରେ ପ୍ରବଳ ଟଙ୍କା ଅଛି, ଆମେ କାହିଁକି ପାଣ୍ଠି ଦେବୁ?’ ପ୍ରଶ୍ନ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ପାଖରେ ପ୍ରବଳ ଟଙ୍କା ରହିଛି । ପୁଣି ଆମେରିକା କାହିଁକି ଭାରତକୁ ୨୧ ମିଲିୟନ ଡଲାର ଦେବ ? ଭାରତରେ ମତ ଦାତାଙ୍କ ଭାଗୀଦାରୀ ବୃଦ୍ଧି ନେଇ ଡଜ୍ ଦ୍ବାରା ଘୋଷଣା କରାଯାଇଥିବା ପାଣ୍ଠି ଉପରେ କିଛି ଏପରି ମନ୍ତବ୍ୟ ରଖଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ଭାରତରେ ଭୋଟର ଭୋଟଦାନ ପାଇଁ ଉଦ୍ଦିଷ୍ଟ ୨୧ ନିୟୁତ ଡଲାର ପାଣ୍ଠିକୁ ବାତିଲ କରିବା ପାଇଁ ଏଲନ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ (ଡଜ୍) ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଏଥିସହିତ ଦେଶର ଆର୍ଥିକ ଅଭିବୃଦ୍ଧି ଏବଂ ଉଚ୍ଚ ଶୁଳ୍କକୁ ଦୃଷ୍ଟିରେ ରଖି ଭାରତକୁ ଦିଆଯାଉଥିବା ଆର୍ଥିକ ସହାୟତାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ପ ।

ତେବେ ଏଲନ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ (ଡଜ୍) ନିରନ୍ତର ଭାବରେ ଯୁକ୍ତରାଷ୍ଟ୍ର ଆନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସ୍ଏଡ୍) ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରୁଛି । କିଛି ଦିନ ପୂର୍ବରୁ, ଡଜ୍ ସୂଚନା ଦେଇଥିଲା ଯେ ୟୁଏସ୍ଏଡ୍ ଭାରତ ସମେତ ବିଶ୍ୱର ଅନେକ ଦେଶକୁ ଦିଆଯାଉଥିବା ଆର୍ଥିକ ସହାୟତା ବନ୍ଦ କରିଦେଇଛି । ଆହୁରି ମଧ୍ୟ ସୂଚନା ମିଳିଛି ଯେ, ଭାରତର ନିର୍ବାଚନରେ ​​ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଆମେରିକା ପାଣ୍ଠି ଯୋଗାଇ ଦେଉଥିଲା । ହେଲେ ଏବେ ପ୍ରଶ୍ନ ଉଠୁଛି ଯେ ଆମେରିକା ଏହି ଟଙ୍କା କାହାକୁ ଦେୁଥିଲା । ରିପୋର୍ଟ କହୁଛି, ଆମେରିକା ଭାରତକୁ ୨୧ ନିୟୁତ ଡଲାର ଦେଉଥିଲା ।

ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ପାଣ୍ଠି ବିଷୟରେ ପଚରାଗଲା, ସେ କହିଲେ ଯେ ଆମେ ଭାରତକୁ କାହିଁକି ୨୧ ନିୟୁତ ଡଲାର ଦେବା? ଟ୍ରମ୍ପ କହିଛନ୍ତି, ଆମେ ଭାରତକୁ ୨୧ ନିୟୁତ ଡଲାର କାହିଁକି ଦେଉଛୁ? ସେମାନଙ୍କ ପାଖରେ ବହୁତ ଅଧିକ ଟଙ୍କା ଅଛି । ଆମ ଦୃଷ୍ଟିରୁ ବିଶ୍ୱର ସର୍ବାଧିକ ଟିକସଦାତା ଦେଶ ମଧ୍ୟରୁ ଗୋଟିଏ ଭାରତ । ସେମାନଙ୍କ ଶୁଳ୍କ ଏତେ ଅଧିକ ଥିବାରୁ ଆମେ ସେଠାରେ ପ୍ରବେଶ କରିପାରିବା ବି କଷ୍ଟକର । ମୋର ଭାରତ ଏବଂ ଏବଂ ତାର ପ୍ରଧାନମନ୍ତ୍ରୀଙ୍କ ପ୍ରତି ବହୁତ ସମ୍ମାନ ରହିଛି । କିନ୍ତୁ ଭୋଟଦାତା ଭୋଟଦାନ ପାଇଁ ୨୧ ନିୟୁତ ଡଲାର ଆମେ କାହିଁକି ଦେବୁ ବୋଲି କହିଛନ୍ତି ଡ୍ରମ୍ପ ।

ତେବେ କହିରଖୁଛୁ, ଏହି ନିକଟରେ ଡଜ୍ ଦ୍ବାରା କୁହାଯାଇଥିଲା ଯେ, କି ଭାରତରେ ଭୋଟରଙ୍କ ମତଦାନ ବୃଦ୍ଧି କରିବା ପାଇଁ ଆମେରିକା ଦେଉଥିବା ୨୧ ନିୟୁତ ଡଲାରର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଡଜ୍ ଆମେରିକା ସରକାରଙ୍କ ଖର୍ଚ୍ଚ ହ୍ରାସ କରୁଛି । ଡଜ୍ ଦ୍ୱାରା ସେୟାର କରାଯାଇଥିବା ସୂଚନା ଅନୁଯାୟୀ, ଦେଶର ନିର୍ବାଚନରେ ​​ଭୋଟର ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଆମେରିକା କାଳେ ଭାରତକୁ ୨୧ ନିୟୁତ ଡଲାର ଦେଉଥିଲା । ଯେଉଁଥିରେ ଏକପ୍ରକାର ଅସହମତି ଦେଖାଇଛନ୍ତି ଟ୍ରମ୍ପ ।

Comments are closed.