Latest Odisha News

BREAKING NEWS

୧୮ ବର୍ଷରୁ କମ୍ ପୁରୁଷ ଏସିଆ କପରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ… ମହିଳାଙ୍କୁ ବ୍ରୋଞ୍ଚ,ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ:ପୁରୁଷ ୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ଟାଇଟଲ(Men’s U-18 Asia Cup 2026 title win) ନିଜ ନାଁରେ କଲେ ଟିମ୍ ଇଣ୍ଡିଆ । ଭାରତୀୟ ହକି ଦଳ (Indian U-18 Men’s Hockey Team )ପୁରୁଷ ୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ଟାଇଟଲ ଜିତି ପୁଣିଥରେ ଏସିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଜାପାନର କାକାମିଗାହାରାର( Kakamigahara, Japan) କାୱାସାକି ହେଭି ଇଣ୍ଡଷ୍ଟ୍ରିଜ୍ ହକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ଆୟୋଜକ ଜାପାନକୁ ୪-୧ ଗୋଲରେ ପରାସ୍ତ କରି ତୃତୀୟ ଥର ପାଇଁ ଟ୍ରଫି ଉଠାଇଛି।

 

 

ଆଜିର ଦିନଟି ଭାରତୀୟ ହକି ପାଇଁ ଆହୁରି ସ୍ୱତନ୍ତ୍ର ଥିଲା କାରଣ ୧୮ ବର୍ଷରୁ କମ୍ ମହିଳା ଦଳ ବ୍ରୋଞ୍ଜ ପଦକ ମୁକାବିଲାରେ ଦକ୍ଷିଣ କୋରିଆକୁ ୩-୦ ଗୋଲରେ ପରାସ୍ତ କରିଛି ।

ଭାରତର ୟଙ୍ଗ ହକି ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ମାଧ୍ୟମରେ ଶୁଭେଚ୍ଛା ଜଣେଇଛନ୍ତି ।

 

ଫାଇନାଲରେ ଭାରତର ଷ୍ଟାର ଖେଳାଳି ଆଶିଷ ତାନି ପୂର୍ତ୍ତି ସାନଦାର୍ ହ୍ୟାଟ୍ରିକ୍ ସ୍କୋର((2′, 28′, 34′) କରି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଅଧିନାୟକ କେତନ କୁଶୱାହା ((30′))ମଧ୍ୟ ଗୋଟିଏ ଗୋଲ ଦେଇଥିଲେ। ଜାପାନ ପକ୍ଷରୁ ଗାକୁ ନୁମାଡା ଏକମାତ୍ର ଗୋଲ କରିଥିଲେ ।

 

ଆଶିଷ ତାନି ପୂର୍ତି ସମଗ୍ର ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଫର୍ମ ଦେଖାଇଥିଲେ ଏବଂ ଫାଇନାଲରେ ମଧ୍ୟ ନିଜର ଛାପ ଛାଡିଥିଲେ। ଟୁର୍ଣ୍ଣାମେଣ୍ଟରେ ୧୩ ଗୋଲ୍ କରି ଆଶିଷ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ସ୍କୋରର ହୋଇଛନ୍ତି ।

 

 

ହକି ଇଣ୍ଡିଆ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ୧୮ ବର୍ଷରୁ କମ୍ ପୁରୁଷ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୩ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କ ପାଇଁ ୧.୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ହକି ଇଣ୍ଡିଆ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ୧୮ ବର୍ଷରୁ କମ୍ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛି।

 

Leave A Reply

Your email address will not be published.