Latest Odisha News

BREAKING NEWS

India issues NOTAM: ବର୍ଡରରେ ତିନି ସେନା କରିବେ ମିଳିତ ସମରାଭ୍ୟାସ;NOTAM ଜାରି

ନୂଆଦିଲ୍ଲୀ: ପାକିସ୍ତାନର ଉଡିବ ହୋସ୍ । ତ୍ରି-ସେବା ଅଭ୍ୟାସ, ଅର୍ଥାତ୍ ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ପାକିସ୍ତାନ ସୀମାରେ ଏକାଠି ଯୁଦ୍ଧ ଅଭ୍ୟାସ କରିବାକୁ ଯାଉଛନ୍ତି। ସ୍ଥଳସେନା, ବାୟୁସେନା ଏବଂ ନୌସେନା ଅକ୍ଟୋବର ୩୦ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ରାଜସ୍ଥାନ ଏବଂ ଗୁଜରାଟରେ ଯୁଦ୍ଧ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ସୂଚନା ମଧ୍ୟ ପ୍ରକାଶ କରାଯାଇଛି।ଏଥିପାଇଁ ଏକ ନୋଟାମ (NOTAM)ଜାରି କରାଯାଇଛି। ୧୦,୦୦୦ ଫୁଟରୁ ୨୮,୦୦୦ ଫୁଟ ମଧ୍ୟରେ ଆକାଶପଥକୁ ବନ୍ଦ କରିଦିଆଯାଇଛି। ଏହି ରାସ୍ତା ଦେଇ ବେସାମରିକ ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ।

ଭାରତ ଚଳିତ ବର୍ଷ ମେ ମାସରେ ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଯାହା ପରେ ଭାରତ ଯେକୌଣସି ପରିସ୍ଥିତିରେ ଯୁଦ୍ଧ ପାଇଁ ନିରନ୍ତର ସେନାକୁ ପ୍ରସ୍ତୁତ କରିଆସୁଛି।

ଉପସାଗରରୁ ମରୁଭୂମି ଅଞ୍ଚଳ ପର୍ଯ୍ୟନ୍ତ, ଆକ୍ରମଣାତ୍ମକ ଯୁଦ୍ଧାଭ୍ୟାସ କରାଯିବ। ଗୁପ୍ତଚର ନିରୀକ୍ଷଣ, ଇଲେକ୍ଟ୍ରୋନିକ୍ ଯୁଦ୍ଧ ଏବଂ ସାଇବର କ୍ଷମତା ପ୍ରଦର୍ଶନ କରାଯିବ।

ଗୁଜୁରାଟ-ରାଜସ୍ଥାନ ସୀମାରେ, ସର କ୍ରିକରୁ ଜୈସଲମେର ପର୍ଯ୍ୟନ୍ତ, ଅକ୍ଟୋବର ୩୦ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବାର ଦିନିଆ ବଡ ଯୁଦ୍ଧ ଅଭ୍ୟାସ ଅନୁଷ୍ଠିତ ହେବ।

ଏହା ପୂର୍ବରୁ ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜସ୍ଥାନର ଭାରତ-ପାକିସ୍ତାନ ସୀମା ନିକଟରେ ଭାରତୀୟ ସେନାର “ଥାର ଶକ୍ତି” ସାମରିକ ଅଭ୍ୟାସ ଦେଖିଥିଲେ। ସେ ଯବାନଙ୍କ ସାହସ, ବୀରତ୍ୱ ଏବଂ ସମର୍ପଣକୁ ପ୍ରଶଂସା କରିଥିଲେ। ରାଜନାଥ ସିଂହ ତାଙ୍କର ଜୈସଲମେର ଗସ୍ତର ଦ୍ୱିତୀୟ ଦିନରେ ଲୋଙ୍ଗେୱାଲାରେ ଅଭ୍ୟାସ ଦେଖିଥିଲେ, ଯେଉଁଠାରେ ଶହ ଶହ ଯବାନ ଆଧୁନିକ ଯୁଦ୍ଧ କ୍ଷମତା ପ୍ରଦର୍ଶନ କରିଥିଲେ ଏବଂ ମରୁଭୂମି ବାଲିରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ସାମରିକ ଅଭ୍ୟାସରେ ‘ରୋବୋଟ୍ କୁକୁର’, ଡ୍ରୋନ୍, ‘ଆଟୋର୍ N1200’ ଭଳି ଉନ୍ନତ ଯାନ, ଅତ୍ୟାଧୁନିକ ଟ୍ୟାଙ୍କ ଏବଂ ହେଲିକପ୍ଟର ଅନ୍ତର୍ଭୁକ୍ତ ଥିଲା, ଯାହା ଭବିଷ୍ୟତର ଯୁଦ୍ଧ କୌଶଳ ଏବଂ ଗତି-ଶକ୍ତିର ଏକ ଅନନ୍ୟ ମିଶ୍ରଣ ପ୍ରଦର୍ଶନ କରିଥିଲା।

 

 

Comments are closed.