Latest Odisha News

ଡ୍ରାଗନ ଚାଲକୁ ରୋକିବା ପାଇଁ ସୀମାରେ ଭାରତ ନିୟୋଜିତ କରିବ ଏମ-୭୭୭ ଗନ

ନୂଆଦିଲ୍ଲୀ: ଲଦାଖ ପୂର୍ବାଂଚଳରେ ଚୀନ ପୁନର୍ବାର ଷଡଯନ୍ତ୍ର ରଚିଲାଣି । ସୈନ୍ୟ ଶକ୍ତି ବୃଦ୍ଧି କରିବା ସହ ଭାରତ ସୀମାରେ ପୁନର୍ବାର ଆଖି ପକାଇଛି । ଏହାକୁ ଦେଖି ଭାରତ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ଭାରତୀୟ ସେନା ପାହାଡ ଏବଂ ଦୁର୍ଗମ ଅଂଚଳ ପାଇଁ ଉପଯୋଗୀ ଏମ-୭୭୭ ହାୱିଟଜର ଗନ ନିୟୋଜିତ କରିବ । ଆମେରିକାରୁ ଆସିଥିବା ଏହି ଗନର ୩ଟି ରେଂଜମେଂଟ ପ୍ରସ୍ତୁତ ହୋଇସାରିଛି । ଆଗକୁ ଆହୁରି ୪ଟି ପ୍ରସ୍ତୁତ କରାଯିବ । ଏହା ବ୍ୟତୀତ ସ୍ୱଦେଶୀ ୧୦୫ଏମଏସ କ୍ୟାଲିବର ଗନ ମଧ୍ୟ ପୂର୍ବଭଳି ବ୍ୟବହାର କରାଯାଉଛି । ଏହି ଆର୍ଟିଲାରୀ ଗନ କମ ଓଜନର ହୋଇଥିବାରୁ ନେବା ଆଣିବା କରିବାରେ ବିଶେଷ ଅସୁବିଧା ହେବନି ।

ସୂଚନାଯୋଗ୍ୟ, ଏଲଏସିରେ ଚୀନ ଅସ୍ଥାୟୀ ଭାବେ ସୈନ୍ୟ ଆଶ୍ରୟସ୍ଥଳୀ ନିର୍ମାଣ କରିଛି । ୮ଟି ଫରୱାର୍ଡ ଅଂଚଳରେ ଏହାକୁ ରଖାଯାଇଛି । ସେହିପରି ଏୟାରଷ୍ଟ୍ରିପ ଓ ହେଲିପ୍ୟାଡ ମଧ୍ୟ ବିକଶିତ କରୁଛି । ଯହାକି ଭାରତ ପାଇଁ ଚିନ୍ତାର କାରଣ ସାଜିଛି ।

Leave A Reply

Your email address will not be published.