Latest Odisha News

BREAKING NEWS

ଭୁବନେଶ୍ୱର କ୍ଲବ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଳବର ନୂଆ ସଭାପତି ଭାବରେ ନିର୍ବାଚିତ ହେଲେ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର ଅସୀତ ତ୍ରିପାଠୀ । ନିକଟତମ ପ୍ରତିଦ୍ୱନ୍ଦୀ ବିଜୟ ପଟ୍ଟନାୟକଙ୍କ ଠାରୁ ୨୭୮ ଭୋଟରେ ବିଜୟ ଲାଭ କରିଛନ୍ତି ଅସୀତ । ୧୨୭୪ ମୋଟ ଭୋଟିଂ ହୋଇଥିବା ବେଳେ ଅସୀତ ୭୭୬ ଏବଂ ବିଜୟ ପଟ୍ଟନାୟକ ୪୯୮ ଖଣ୍ଡ ଭୋଟ ପାଇଛନ୍ତି ।

ଭୁବନେଶ୍ୱର କ୍ଳବ କେବଳ ରେଷ୍ଟୁରାଣ୍ଟ ଓ ବାର ହୋଇ ନରହୁ । ଯେମିତି ବଡ଼ ବଡ଼ ସହରରେ ରିକ୍ରିଏସନ, ଏଜୁକେସନ, କଲଚରାଲ କାର୍ଯ୍ୟକ୍ରମ ପାଇଁ ସୁଯୋଗ ରହିଛି ସେହିଭଳି ପ୍ରସ୍ତୁତ କରାଯିବ। ଇଣ୍ଡିଆ ଇଂଟରନେସନାଲ ସେଣ୍ଟର, ଜିମ ଖାନା କ୍ଳବ ଭଳି ଏହାକୁ ବହୁମୁଖୀ କ୍ଳବ କରିବା ପାଇଁ ମୁଁ ଓ ମୋର ଟିମ ଉଦ୍ୟମ କରିବୁ ବୋଲି ଅସୀତ ତ୍ରିପାଠୀ କହିଛନ୍ତି।  କ୍ଲବର ଯୁଗ୍ମ ସମ୍ପାଦକ ଭାବରେ ଅଶୋକ ମିଶ୍ର ବିଜୟ ଲାଭ କରିଛନ୍ତି । ସେ ୨୭୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଉପସଭାପତି ଭାବରେ ମହେନ୍ଦ୍ର ଗୁପ୍ତା ନିର୍ବାଚିତ ହୋଇଛନ୍ତି । ସେ ୨୧୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

ଭୁବନେଶ୍ୱର କ୍ଲବର ନିର୍ବାଚନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା । ଯାହାକି ରବିବାର ଶେଷ ହୋଇଥିଲା । ଦୁଇ ଦିନରେ ମୋଟ୍ ୧୨୬୯ ଜଣ ମତଦାନ କରିଥିବା ବେଳେ ସୋମବାର ଅପରାହ୍ନରେ ଭୋଟ୍‌ ଗଣତି ହୋଇଥିଲା ।  କ୍ଲବର ନିର୍ବାଚନ ପାଇଁ ୫ଟି ବୁଥ୍ ହୋଇଥିବା ବେଳେ ୫ଟି ଲେଖାଏଁ ବାଲାଟ୍ ପେପର୍ ହୋଇଥିଲା । ସଦସ୍ୟମାନେ ପ୍ରାର୍ଥୀଙ୍କ ନାମ ନିକଟରେ କ୍ରସ୍‌ ଚିହ୍ନ‌ ମାରି ଭୋଟ୍ ଦେଇଥିଲେ ।ନିର୍ବାଚନ ସରିବା ପରେ  ଭୋଟ୍‌ ବାକ୍ସଗୁଡ଼ିକୁ ସିଲ୍‌ କରାଯାଇଥିଲା । ଯାହାକୁ ଆଜି ଖୋଲାଯିବା ସହିତ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

Leave A Reply

Your email address will not be published.