Latest Odisha News

ପିପିଲି ଉପନିର୍ବାଚନ ପାଇଁ ସରିଛି ପ୍ରଚାର ,ଶେଷ ଦିନରେ ଜୁନିଅର ମହାରଥୀଙ୍କ ଜୋରଦାର ପ୍ରଚାର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ବିଜେଡି ଜୋରଦାର ପ୍ରଚାର କରିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ସମଗ୍ର ପିପିଲି ଏନଏସିରେ ପ୍ରଚାର କରିଥିବା ବେଳେ ବିଜେଡିର ବରିଷ୍ଠ ନେତାମାନେ ପିପିଲି ଡେଲାଙ୍ଗ ର ବିଭିନ୍ନ ପଞ୍ଚାୟତରେ ସଭା ସମିତି ଆୟୋଜନ କରି ଡୋର ଟୁ ଡୋର ବୁଲି ପ୍ରଚାର କରିଛନ୍ତି ।

ସେପଟ ରୁଦ୍ର କହିଛନ୍ତି ତାଙ୍କ ପ୍ରତି ପିପିଲି ବାସୀଙ୍କ ଭଲପାଇବା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ,ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପାଇଁ ଲୋକଙ୍କ ଭିତରେ ଥିବା ଭଲ ପାଇବା ହିଁ ତାଙ୍କୁ ବିପୁଳ ଭୋଟରେ ବିଜୟ ଦେବ । ଅନ୍ୟପଟେ ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ କହିବା କଥା ପିପିଲି ନିର୍ବାଚନ ମଣ୍ଡଳୀରେ ଜନମତ ବିଜେଡି ସପକ୍ଷରେ ହିଁ ରହିଛି।

ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକାରୀ ଯୋଜନାର ସଫଳ ରୂପାୟନକୁ ନେଇ ଜନସାଧାରଣ ବେଶ୍ ଖୁସି ଅଛନ୍ତି।ପିପିଲି ଉପନିର୍ବାଚନରେ ବିଜେଡି ୩୦ ହଜାରରୁ ଅଧିକ ଭୋଟରେ ଜିତିବ ବୋଲି ବିଜେଡି ନେତା ପ୍ରଭାତ ବିଶ୍ୱାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି।ଅକ୍ଟୋବର ୩ ତାରିଖ ଫଳାଫଳରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.