ନୂଆଦିଲ୍ଲୀ:୪ର୍ଥ ଥର ପାଇଁ ଏସିଆ କପ୍ ( Hero Asia Cup 2025 Final) ଟାଇଟଲ ହାତେଇଲା ଭାରତ । ଫାଇନଲ ଟକ୍କରରେ କୋରିଆ ବିପକ୍ଷରେ ୪-୧ ଗୋଲରେ ବିଜୟ ହାସଲ କରି ଏସିଆ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ସମଗ୍ର ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ନ ହାରି ଏହି ଟାଇଟଲ୍ ନିଜ ନାଁରେ କରିଛି । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡସ୍ ଏବଂ ବେଲଜିୟମରେ ଖେଳାଯିବାକୁ ଥିବା FIH ପୁରୁଷ ବିଶ୍ୱକପ୍ ୨୦୨୬ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି।
𝑫𝒐𝒖𝒃𝒍𝒆 𝒄𝒆𝒍𝒆𝒃𝒓𝒂𝒕𝒊𝒐𝒏 𝒇𝒐𝒓 𝑰𝒏𝒅𝒊𝒂! 🔥
Winners of the Hero Asia Cup Rajgir, Bihar 2025 ✅
Qualified for the FIH Hockey World Cup 2026 ✅#HockeyIndia #IndiaKaGame #HumseHaiHockey #HeroAsiaCupRajgir pic.twitter.com/z6qFMuWd26— Hockey India (@TheHockeyIndia) September 7, 2025
ଶେଷଥର ପାଇଁ ୨୦୧୭ରେ ଭାରତ ଏସିଆ କପ୍ ଜିତିଥିଲା । ୮ବର୍ଷ ପରେ ପୁଣି ଏହି ଟାଇଟଲ ହାତେଇଛି ହରମନପ୍ରୀତଙ୍କ ବାହିନୀ ।
🔥 𝐂𝐡𝐚𝐦𝐩𝐢𝐨𝐧𝐬 & 𝐖𝐨𝐫𝐥𝐝 𝐂𝐮𝐩 𝐛𝐨𝐮𝐧𝐝! 🇮🇳
India’s stellar show at the Hero Asia Cup Rajgir, Bihar 2025 earns them the continental crown and a ticket to the World Cup.#HockeyIndia #IndiaKaGame #HumseHaiHockey #HeroAsiaCupRajgir pic.twitter.com/HQ3nt3Lgh1
— Hockey India (@TheHockeyIndia) September 7, 2025
ସୂଚନାଥାଉକି, ପୁଲ୍ ପର୍ୟ୍ୟାୟରେ ଟିମ୍ ଇଣ୍ଡିଆ ତା’ର ତିନୋଟି ମ୍ୟାଚ୍ ଜିତିଥିଲା। ତା’ପରେ ସୁପର-୪ରେ ୩ଟି ମ୍ୟାଚ୍ ରୁ ୨ଟିରେ ବିଜୟ ହାସଲ କରିଥିଲା । ଭାରତକୁ କେବଳ କୋରିଆ ବିପକ୍ଷ ମ୍ୟାଚ୍ ରେ ଡ୍ର’ରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏହାପରେ ଭାରତୀୟ ଦଳ ୯ମ ଫାଇନାଲ୍ ଖେଳି ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି ।
Dominance till the very end!🔥
India beat Korea 4–1 in the Final to be crowned 𝗖𝗵𝗮𝗺𝗽𝗶𝗼𝗻𝘀 of the Hero Asia Cup Rajgir, Bihar 2025.#HockeyIndia #IndiaKaGame #HumseHaiHockey #HeroAsiaCupRajgir pic.twitter.com/yZQbynjxDt
— Hockey India (@TheHockeyIndia) September 7, 2025
ଏହି ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ କୋରିଆ ଓ ବ୍ରୋଞ୍ଜ ପଦକ ମାଲେସିଆ ହାସଲ କରିଛି ।
Comments are closed.