Latest Odisha News

ଦେଶରୁ ଦିନକରେ ୨୦ ହଜାର କରୋନା ପଜିଟିଭ୍, ୬୭୩ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧୯ହଜାର ୯୬୮ କରୋନା ଆକ୍ରାନ୍ତ । ଏହି ସମୟରେ କରୋନାରେ ଯାଇଛି ଆଉ ୬୭୩ ଜୀବନ । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫ଲକ୍ଷ ୧୧ହଜାର ୯୦୩କୁ ବୃଦ୍ଧି ପାଇଛି ।

ଦେଶରେ ପଜିଟିଭ୍ ହାର ରହିଛି ୧.୬୮ ପ୍ରତିଶତ । ୨୪ ଘଣ୍ଟାରେ ଦେଶରୁ ସୁସ୍ଥ ହୋଇଛନ୍ତି ଆଉ ୪୮ହଜାର ୮୪୭ ଆକ୍ରାନ୍ତ । ସଂକ୍ରମଣ କମୁଥିବା ବେଳେ ସୁସ୍ଥହାର ବଢୁଛି । ଏବେ ଦେଶରେ ୨ଲକ୍ଷ ୨୪ହଜାର ୧୮୭ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ସଂକ୍ରମିତଙ୍କର ୦.୫୨ ପ୍ରତିଶତ ।

Comments are closed, but trackbacks and pingbacks are open.