Latest Odisha News

BREAKING NEWS

ନିୟମଗିରି ପାହାଡ଼ ତଳ ପୋଲ ନିକଟରୁ ଟିଫିନ୍ ବୋମା ଜବତ

ରାୟଗଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କର ଯୋଜନାକୁ ପଣ୍ଡ କରିଛି ରାୟଗଡ଼ା ପୋଲିସ । କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଟିଫିନ୍ ବୋମା ଜବତ ହୋଇଛି । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀ ଏହି ଟିଫିନ୍ ବୋମା ଖଞ୍ଜିଥିବା ସନ୍ଦେହ କରାଯାଉଛି ।

ଯବାନମାନେ କମ୍ବିଂ କରୁଥିବା ବେଳେ ସେହି ପୋଲକୁ ସନ୍ଦେହ କରି ଯାଞ୍ଚ କରିଥିଲେ । ସେଠାରୁ ଏକ ବକ୍ସରେ ଟିଫିନ୍ ବୋମାକୁ ଠାବ କରିଥିଲେ । ସ୍ଥାନୀୟ ଅଞ୍ଚଳକୁ ସିଲ କରିବା ସହ ଉଦ୍ଧାର ବୋମାକୁ ନିଷ୍କ୍ରିୟ କରିବା ପାଇଁ ସେଠାକୁ ଯାଇଛି ସିଆରପିଏଫର ବୋମା ନିଷ୍କ୍ରିୟକାରୀ ଟିମ୍ ।

ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ଯବାନ । ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଛି । ମାଓ ପ୍ସେରବଣ ଇଲାକାରେ ସିଅରପିଏଫ, ଡିଭିଏଫ ଓ ବିଏସଏଫ ଯବାନ ପକ୍ଷରୁ ଚାଲିଛି କମ୍ବିଂ ଅପରେସନ୍ ।

 

Comments are closed, but trackbacks and pingbacks are open.