Latest Odisha News

BREAKING NEWS

ଦେଶରେ କମୁଛି କରୋନା କେସ୍: କାଲି ଅପେକ୍ଷା ଆଜି ୨୦ ହଜାର କମ୍ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମିତଙ୍କ ସଂଖ୍ୟା । ଅଢ଼େଇ ଲକ୍ଷ ତଳକୁ ଖସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୮ହଜାର ଆକ୍ରାନ୍ତ । ଗତକାଲି ଅପେକ୍ଷା ଏହି ସଂଖ୍ୟା ୨୦ହଜାର କମ୍ । ଗତକାଲି ଦେଶରୁ ଚିହ୍ନଟ ହୋଇଥିଲେ ୨ଲକ୍ଷ ୫୮ ହଜାର ଆକ୍ରାନ୍ତ । ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଦୈନିକ ସଂକ୍ରମଣ ଖସୁଛି ।

BjdElectrycity

୨୪ ଘଣ୍ଟାରେ ଦେଶରୁ କରୋନା ନେଇଛି ଆଉ ୩୧୦ ଜୀବନ । ଗତକାଲି ୩୮୫ ଜଣ ପ୍ରାଣ ହରାଇଥିଲେ । ଅର୍ଥାତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସହ ମୃତ୍ୟୁସଂଖ୍ୟା ବି ହ୍ରାସ ପାଇଛି । ୨୪ ଘଣ୍ଟାରେ ଲକ୍ଷେ ୫୭ହଜାର ୪୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ ପଜିଟିଭ୍ ହାର ରହିଛି ୧୪.୪୩ ପ୍ରତିଶତ । ଗତକାଲି ସଂକ୍ରମଣ ହାର ୧୯.୬୫ ପ୍ରତିଶତ ରହିଥିଲା । ଏବେ ୧୭ଲକ୍ଷ ୩୬ହଜାର ୬୨୮ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ସେହିପରି ଓମିକ୍ରନ୍ କେସ୍ ବଢୁଛି । ବର୍ତ୍ତମାନ ସୁଦ୍ଧା ସାରା ଦେଶରୁ ୮ହଜାର ୮୯୧ ନୂଆ ଭାରିଆଣ୍ଟ କେସ୍ ମିଳିଛି । ଗତକାଲି ଅପେକ୍ଷା ୮.୩୧ ପ୍ରତିଶତ ବଢିଛି ଓମିକ୍ରନ୍ କେସ୍ ।

Comments are closed, but trackbacks and pingbacks are open.