Latest Odisha News

BREAKING NEWS

ମୂଲ୍ୟାୟନ ପାଇଁ ଆଜି ଯିବ ସମ୍ମେଟିଭ ଆସେସମେଣ୍ଟ-୧ର ଓଏମଆରସିଟ୍

କଟକ: ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସମ୍ମେଟିଭ ଆସେସମେଣ୍ଟ -୧ର ଓଏମଆରସିଟ୍ ମୂଲ୍ୟାୟନ ପାଇଁ ଆଜିଠୁ ଯିବ । ଗତ ୭ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ପରେ ୯ତାରିଖରୁ ଓଏମଆର ସିଟଗୁଡ଼ିକ ସଂଗ୍ରହ କରାଯାଇ ବୋର୍ଡ଼ କାର୍ଯ୍ୟାଳୟକୁ ଆସିଥିଲା । ସୋମବାରଠାରୁ ଏହାକୁ କମ୍ପ୍ୟୁଟର ମୂଲ୍ୟାୟନ ପାଇଁ ନିର୍ଦ୍ଧିଷ୍ଟ ଫାର୍ମକୁ ପଠାଯିବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି ।

ଚଳିତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଫର୍ମେଟିଭ-୧ ଓ ଫର୍ମେଟିଭ-୨ ପରୀକ୍ଷା ଦେଇସାରିଛନ୍ତି । ନିଜ ବିଦ୍ୟାଳୟରେ ଶିକ୍ଷକମାନେ ଖାତା ମୂଲ୍ୟାୟନ କରିଥିଲେ । ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବାକୁ ବୋର୍ଡ଼ ପକ୍ଷରୁ ଅନଲାଇନରେ ମାର୍କ ଅପଲୋଡ଼ କରିବା ପାଇଁ ବ୍ୟବସ୍ଥା କରାଯାଇଛଇ । ଏଥିପାଇଁ ମେଣ୍ଟର ସ୍କୁଲଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି ।

ଏହାସହ ମେଣ୍ଟ ସ୍କୁଲଗୁଡ଼ିକ ପରୀକ୍ଷାର୍ଥୀଙ୍କର ଫର୍ମେଟିଭ-୧ ଏବଂ ଫର୍ମେଟିଭ-୨ ନମ୍ବରଗୁଡ଼ିକୁ ଆସନ୍ତା ୨୧ରୁ ୨୮ତାରିଖ ସକାଳ ୮ଟାରୁ ୫ଟା ମଧ୍ୟରେ ୱେବସାଇଟରେ ଅପଲୋଡ଼ କରିବେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.