Latest Odisha News

BREAKING NEWS

ଦେଶରେ ୬୦ ହଜାର ତଳେ ଦୈନିକ କରୋନା କେସ୍

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା କାୟ କମୁଛି । ଦୈନିକ ସଂକ୍ରମଣ ଏବେ ୬୦ ହଜାର ତଳକୁ ଖସିଲାଣି । କ୍ରମାଗତ ଭାବରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୮ହଜାର ୭୭ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୩.୪ ପ୍ରତିଶତ କମ୍ । ଦୈନିକ ପଜିଟିଭ୍ ହାର ରହିଛି ୩.୮୯ ପ୍ରତିଶତ ।

୫ଟି ରାଜ୍ୟ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ ରାଜସ୍ଥାନରୁ କେବଳ ୬୩ ପ୍ରତିଶତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ କେରଳ କେରଳୁ ୩୧ ପ୍ରତିଶତ ସଂକ୍ରମିତ ବାହାରିଛନ୍ତି । କେରଳରୁ ୨୪ ଘଣ୍ଟାରେ ସର୍ବାଧିକ ୧୮ହଜାର ୪୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଆଜି ମୃତ୍ୟୁସଂଖ୍ୟା କମିଛି । ୨୪ ଘଣ୍ଟାରେ କରୋନା ଆଉ ୬୫୭ ଜଣଙ୍କର ଜୀବନ ନେଇଛି । କେରଳରୁ କେବଳ ୩୪୧ ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଆଉ ୪୫ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫ଲକ୍ଷ ୭ହଜାର ୧୭୭କୁ ବୃଦ୍ଧି ପାଇଛି ।

ଦେଶରେ ସଂକ୍ରମଣ ସହ ବଢୁଛି ସୁସ୍ଥ ହାର । ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଦେଢ଼ ଲକ୍ଷ ସଂକ୍ରମିତ । ଦେଶରେ ସୁସ୍ଥହାର ରହିଛି ୯୭ ପ୍ରତିଶତ । ଏବେ ୬ଲକ୍ଷ ୯୨ହଜାର ୮୦୨ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ଆକ୍ରାନ୍ତଙ୍କର ୧.୬୪ ପ୍ରତିଶତ ।

Comments are closed, but trackbacks and pingbacks are open.