Latest Odisha News

ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାମାମନ୍ୟ ବଢ଼ିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫୭୨ ପଜିଟିଭ୍ । କ୍ୱାରେଣ୍ଟିନରୁ ୯୧୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୫୪ । ୧୮ ବର୍ଷ ଭିତରେ ଆଉ ୩୦୯ ପଜିଟିଭ୍ ବାହାରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୩, କଟକରୁ ୧୬୧ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ମାଲକାନଗିରି ଜିଲ୍ଲାରୁ ସବୁଠୁ କମ୍ ୬ ଓ ଅନୁଗୋଳରୁ ୯ ଜଣ ଆକ୍ରାନ୍ତ ବାହାରିଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୭୪ହଜାର ୫୭୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୫୧ହଜାର ୪୩୧ ଆକ୍ରାନ୍ତ । ଏବେ ରାଜ୍ୟରେ ୧୪ହଜାର ୨୫୩ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.