Latest Odisha News

BREAKING NEWS

ସୁନ୍ଦରଗଡ଼ ଏଡିଏମଙ୍କ ଘରେ ଭିଜିଲାନ୍ସ ରେଡ୍, ୭ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼: ଭିଜିଲାନ୍ସ ପଞ୍ଝାରେ ସୁନ୍ଦରଗଡ଼ ଏଡିଏମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି ।

ସୁନ୍ଦରଗଡ଼, ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ । ଭୁବନେଶ୍ୱର ବାଲିଅନ୍ତା ଅନ୍ତର୍ଗତ ରୁଦ୍ରପୁରରେ ଘର, ନୟାପଲ୍ଲୀରେ ଫ୍ଲାଟ୍ ଅଛି । ସେହିପରି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅନ୍ତର୍ଗତ ରେଢୁଆରେ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି ।

ସୁନ୍ଦରଗଡ଼ରେ ସରକାରୀ ବାସଭବନ ଓ ଅଫିସ ଚାମ୍ବରରେ ବି ଚଢ଼ାଉ ଚାଲିଛି । ରାଇରଙ୍ଗପୁରରେ ଓସିଏଲ୍ କ୍ୟାମ୍ପସରେ ଥିବା ସମ୍ପର୍କୀୟଙ୍କ ଘରେ ବି ଚାଲିଛି ରେଡ୍ । ଏଥିରେ ଭିଜିଲାନ୍ସର ୮ଜଣ ଡିଏସପି, ୩ ଜଣ ଇନିସପେକ୍ଟର ଓ ୫ ଜଣ ଏଏସଆଇ ସାମିଲ ଅଛନ୍ତି ।

Comments are closed, but trackbacks and pingbacks are open.