Latest Odisha News

BREAKING NEWS

ଖସିବାରେ ଲାଗିଛି ସୁନା ଦର; ଜାଣନ୍ତୁ ଏଇ ସପ୍ତାହରେ କେତେ କମିଛି

ନୂଆଦିଲ୍ଲୀ: କମିବାରେ ଲାଗିଛି ସୁନା ଦର । ଆଶ୍ଚର୍ଯ୍ୟଜନକ ଭାବେ ଖସିବାକୁ ଲାଗିଛି । ଗତ କଛି ସପ୍ତାହ ହେଲା ସୁନା ଦରରେ ବୃଦ୍ଧି ପରିଲକ୍ଷିତ  ହୋଇଥିଲା । ଚଳିତ ସପ୍ତାହ ସାରା ସୁନାଦର ୧୦ ଗ୍ରାମ ପିଛା ୬୦ ହଜାର ଉପରେ ରହିଥିବାବେଳେ ଶୁକ୍ରବାର ୬୦, ୪୪୬ରେ ବନ୍ଦ କରାଯାଇଥିଲା । ସେହିପରି ପୂର୍ବ ସପ୍ତାହରେ ସୁନା ଦର ବୃଦ୍ଧି ପାଇ ଏପ୍ରିଲ ୧୩ ତାରିଖ ଗୁରୁବାର ୬୦, ୭୪୩ରେ ବନ୍ଦ ହୋଇଥିଲା ।

IBJA ଦର ତୁଳନାରେ ଚଳିତ ସପ୍ତାହରେ  ପ୍ରଥମ କାରବାର ଅର୍ଥାତ ସୋମବାର ଦିନ ୬୦, ୭୦୯ରେ ବନ୍ଦ ହୋଇଥିଲା । ମଙ୍ଗଳବାର ୬୦,୪୭୯ରେ ବନ୍ଦ ହୋଇଥିଲା । ବୁଧବାର ୬୦, ୩୭୩, ଗୁରୁବାର ୬୦, ୫୧୭ ଏବଂ ଶୁକ୍ରବାର ୬୦, ୪୪୬ରେ ବନ୍ଦ ହୋଇଥିଲା । ଏଇ ସପ୍ତାହ ସାରା ସୁନା ଦରରେ କମ ବେଶି ଲାଗି ରହିଛି ।

ଗତ ସପ୍ତାହରେ ସୁନା କାରବାର ଶୁକ୍ରବାର ସର୍ବନିମ୍ନ ୬୦, ୪୪୬ରେ ବନ୍ଦ ହୋଇଥିଲା । ସେହିପରି ଚଳିତ ସପ୍ତାହରେ ସୁନା ଦର ବୁଧବାଳର ୬୦, ୩୭୩ରେ ବନ୍ଦ ହୋଇଥିଲା । ଗତ ସପ୍ତାହ ଏବଂ ଚଳିତ ସପ୍ତହ ମଧ୍ୟରେ ତୁଳନା କଣେ ସୁନା ୧୦ ଗ୍ରାମ ପିଛା ଦର ୨୯୭ ଟଙ୍କା ଶସ୍ତା ହୋଇଛି ।

ଇଣ୍ଡିଆନ ବୁଲିଅନ ଜୁଏଲରୀ ଆସୋସିଏଶନ ଅନୁସାରେ, ୨୪ କ୍ୟାରେଟ ସୁନା ଦାମ ୨୦ ଏପ୍ରିଲରେ ସର୍ବାଧିକ ୬୦, ୬୧୬ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ବାଲା ୧୦ ଗ୍ରାମ ସୁନାର ଦାମ ୬୦, ୩୭୩ ଥିଲା । ତେବେ ଏଠି କହିରଖିବୁ, ସବୁ ପ୍ରକାର ସୁନାର ଦାମ ବିନା ଟାକ୍ସରେ ଏଠାରେ ରଖାଯାଇଛି । ସୁନା ଉପରେ ଜିଏସଟି ଦେବାକୁ ପଡିଥାଏ । ଏଥିସହିତ ମେକିଂ ଚାର୍ଜ ବି ଥାଏ ।

 

 

 

Leave A Reply

Your email address will not be published.