Latest Odisha News

BREAKING NEWS

ଗାଁକୁ ନାହିଁ ଭଲ ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

କେନ୍ଦୁଝର: ପୁଣି ଆସିଲା ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର । କେନ୍ଦୁଝର ଜିଲ୍ଲାର ସିଲିପଦା ଗାଁରୁ ଆସିଛି ଏହିଭଳି ଚିତ୍ର । ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ହେଲେ ଭାଗ୍ୟର ବିଡ଼ମ୍ବନା ମେଡ଼ିକାଲରେ ଠିକ ସମୟରେ ପହଞ୍ଚି ନପାରିବାରୁ ଚାଲିଗଲା ବୃଦ୍ଧଙ୍କ ଜୀବନ ।

ସୂଚନା ଅନୁସାରେ, ସିଲିପଦା ଗାଁର ବୈରାଗୀ ପାତ୍ରଙ୍କୁ ମଙ୍ଗଳବାର ରାତିରେ ପେଟରେ ଯନ୍ତ୍ରଣା ହୋଇଥିଲା । ବୈରାଗୀଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ । ଆମ୍ବୁଲାନ୍ସ ମଧ୍ୟ ଆସିଥିଲା । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସାହି ଭିତରକୁ ଆସିପାରିନଥିଲା । ପରେ ସ୍ଥାନୀୟ କିଛି ଯୁବକ ଓ ଆମ୍ବୁଲାନ୍ସ କର୍ମଚାରୀ ବୈରାଗୀଙ୍କୁ ଷ୍ଟ୍ରେଚରରେ ୫ଶହ ମିଟର ବୋହି ଆଣି ମେଡ଼ିକାଲକୁ ନେଇଥିଲେ ।

ହେଲେ ମେଡ଼ିକାଲ ନେବାରେ ବିଳମ୍ବ ହୋଇଥିଲା । ବିଳମ୍ବରେ ପହଞ୍ଚିବାରୁ ବୈରାଗୀଙ୍କ ମୃତ୍ୟୁ ହୋଇଛି । ଗାଁଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି । ଗାଁକୁ ରାସ୍ତାଟିଏ କରିବାକୁ ଦାବି ହୋଇଛି ।

Comments are closed, but trackbacks and pingbacks are open.