Latest Odisha News

BREAKING NEWS

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଜାପାନୀ ସୁନାମିରେ ଧୋଇ ହୋଇଗଲା ଭାରତ, ଏଥର ତୃତୀୟ ସ୍ଥାନ ପାଇଁ ଲଢ଼ିବ

ଭୁବନେଶ୍ୱର: ଢ଼ାକାରେ ଖେଳାଯାଉଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ସେମିଫାଇନାଲରୁ ବିଦାୟ ନେଇଛି । ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଜାପାନ ଚମତ୍କାର ପ୍ରଦର୍ଶନ କରି ୫-୩ ଗୋଲରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।  ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଜାପାନ ୩-୧ର ଅଗ୍ରଣୀ ହାସଲ କରି ନେଇଥିଲା । ତୃତୀୟ ହାଫରେ ଆଉ ୨ଟି ଗୋଲ କରି ୫-୧ରେ ଆଗୁଆ ରହିଥିଲା । ୪ର୍ଥ କ୍ୱାର୍ଟରରେ ଭାରତ ୨ଟି ଗୋଲ ଦେଇଥିଲେ ମଧ୍ୟ ସେତେବେଳକୁ ମ୍ୟାଚ ହାତଛଡା ହୋଇ ଯାଇଥିଲା । ଭାରତ ପକ୍ଷରୁ ଦିଲପ୍ରୀତ ସିଂ, ହରମନପ୍ରୀତ ସିଂ ଓ ହାର୍ଦ୍ଦିକ ସିଂ ଗୋଲ ସ୍କୋର କରିଥିଲେ ।

୨୨ ଡିସେମ୍ବରରେ ହେବାକୁ ଥିବା ଫାଇନାଲରେ ଜାପାନ-କୋରିଆ ପରସ୍ପରକୁ ଭେଟିବେ । ଅନ୍ୟ ପକ୍ଷରେ ଭାରତ ଏବେ ବ୍ରୋଞ୍ଜ ମୁକାବିଲାରେ ପାକିସ୍ତାନକୁ ଭେଟିବ ।

Leave A Reply

Your email address will not be published.