Latest Odisha News

BREAKING NEWS

ସାମ୍ବାଦିକଙ୍କ ପରିବାରକୁ ସହାୟତା

ରାୟଗଡା: ରାୟଗଡା ଜିଲ୍ଲା ଓଟିଭି ସାମ୍ବାଦିକ ମନୋଜ ପାତ୍ରଙ୍କ ମୃତ୍ୟୁ ଘଟଣା ଆଜକୁ ୯ ଦିନ ବିତିଯାଇଛି । ମନୋଜଙ୍କ ମୃତ୍ୟୁରେ ତାଙ୍କ ପରିବାର ପୁରା ଭାଙ୍ଗି ପଡ଼ିଛନ୍ତି । ସେ ପରିବାର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ମନୋଜଙ୍କ ଅସହାୟ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛି ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟ । ମୃତକଙ୍କ ପରିବାରଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟର ସଚିବ ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା ।

ଏ ବାବଦରେ ମଙ୍ଗଳବାର ବରିଷ୍ଠ ସାମ୍ବାଦିକ ବାଦଲ ତା’ଙ୍କ ନେତୃତ୍ୱରେ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ଟିମ ଗୁଣୁପୁରରେ ପହଞ୍ଚି ଥିଲା । ମୃତକ ସାମ୍ବାଦିକଙ୍କ ପରିବାରକୁ ସହାୟତା ବାବଦରେ ଡ଼କ୍ଟର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ସ୍ବର୍ଗତ ମନୋଜ ପାତ୍ରଙ୍କ ପରିବାର ତଥା ତାଙ୍କ ପୁଅ ଅଂଶୁମାନ ପାତ୍ରଙ୍କୁ ପ୍ଲେସମେଣ୍ଟ ସହ ତାଙ୍କ ସ୍ତ୍ରୀ ଙ୍କୁ ଗାନ୍ଧୀ ପବ୍ଲିକ ସ୍କୁଲରେ ସ୍ଥାୟୀ ଚାକରି ଦେବା ପାଇଁ ଆଲୋଚନା କରିଥିଲେ ।

ଡ଼କ୍ଟର ପଣ୍ଡାଙ୍କ ସହ ଏହି ବିଶ୍ଵବିଦ୍ୟାଳୟର ନିର୍ଦେଶକ ଡ଼କ୍ଟର ଜଗଦୀଶ ପଣ୍ଡା ଏବଂ ଡିଏନ ଭିଜେ ରାଓ ଉପସ୍ଥିତ ଥିଲେ । ଖୁବ ଶୀଘ୍ର ସମସ୍ତ ସହାୟତା ଯୋଗାଇ ଦିଆ ଯିବ ବୋଲି ପ୍ରତିସୃତି ଦେଇଥିଲେ । ଏହି ଟିମରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାହୁ, ସିମାଞ୍ଚଲ ପଣ୍ଡା, ରଞ୍ଜନ ରଥ, ଅନିଲ ସାହୁକାର, ଜଗନ୍ନାଥ ମହାନ୍ତି ଇନ୍ଦ୍ରଜିତ ପଣ୍ଡା ରବୀନ୍ଦ୍ର ମୋହିନୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.