Latest Odisha News

BREAKING NEWS

ଖୁସି ଖବର: ଆସନ୍ତା ସପ୍ତାହରେ କୋଭିସିଲ୍ଡ ଟିକାକୁ ଅନୁମୋଦନ ଦେଇପାରେ ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନା ଟିକା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ି ନପାରେ । ଆସନ୍ତା ସପ୍ତାହ ସୁଦ୍ଧା ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କରୋନା ଟିକା କୋଭିସିଲ୍ଡକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇପାରେ ଭାରତ । ଅନୁମୋଦନ ମିଳିଲେ ଏହି କୋଭିସିଲଡ ଟିକା ବ୍ୟବହାର କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହେବ ।

ବ୍ରିଟିଶର ଔଷଧ ନିୟନ୍ତ୍ରକ ଏବେ ବି ଏହାର ପରୀକ୍ଷଣ ସମ୍ପର୍କିତ ତଥ୍ୟ ଅଧ୍ୟୟନ କରୁଛନ୍ତି । ବିଶ୍ୱରେ ସର୍ବାଧିକ ଟିକା ଉତ୍ପାଦନ କ୍ଷମତା ରଖିଥିବା ଭାରତ ଆସନ୍ତା ମାସରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାର ବ୍ୟବହାର ପାଇଁ ଯୋଜନା କରୁଛି । ଭାରତରେ ଅକ୍ସଫୋର୍ଡ ସହ ମିଶି କୋଭିସିଲଡ ଟିକାର ବିକାଶ କରୁଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା ସ୍ୱଳ୍ପ ଆୟକାରୀ ଓ ଗରମ ଅନୁଭୂତ ଦେଶଗୁଡ଼ିକ ପାଇଁ ନିରାପଦ ବୋଲି କୁହାଯାଉଛି । କାରଣ ଏହି ଟିକା ଅନ୍ୟ କମ୍ପାନୀର ପ୍ରସ୍ତୁତ ଟିକା ତୁଳନାରେ ଶସ୍ତା, ସହଜରେ ପରିବହନ କରିବହେବ । ସାଧାରଣ ଫ୍ରିଜ୍ ତାପମାତ୍ରାରେ ମଧ୍ୟ ଦୀର୍ଘ ସମୟ ପର୍ୟ୍ୟନ୍ତ ସଂରକ୍ଷଣ ରଖାଯାଇ ପାରିବ ।

ଡିସେମ୍ବର ୯ତାରିଖରେ CDSCO ପ୍ରଥମେ କୋଭିଡ୍ ଭ୍ୟାକସିନ୍ ପ୍ରସ୍ତୁତକାରୀ ତିନିଟି କମ୍ପାନୀର ଆବେଦନକୁ ସମୀକ୍ଷା କରିବା ସହ କମ୍ପାନୀକୁ ଅଧିକ ତଥ୍ୟ ମାଗିଥିଲା । ଏଥିରେ ଭାରତରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା ପ୍ରସ୍ତୁତ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ସମସ୍ତ ତଥ୍ୟ କର୍ତ୍ତୃପକ୍ଷଙ୍କୁ ଦେଇଛି । ଆଷ୍ଟ୍ରାଜେନିକା ଟିକା ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଛି ।

Leave A Reply

Your email address will not be published.