Latest Odisha News

BREAKING NEWS

ଏସିଆ କପରୁ ଓହରିବ ଭାରତ !

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବାକୁ ଆଗ୍ରହ ରଖିଥିବା କ୍ରିକେଟ ପ୍ରଶଂସକଙ୍କୁ ପୁନର୍ବାର ନିରାଶ ହେବାକୁ ପଡିବ । ରିପୋର୍ଟ ମୁତାବକ ଶ୍ରୀଲଙ୍କାରେ ଚଳିତ ବର୍ଷ ହେବାକୁ ଥିବା ଏସିଆ କପ୍‌ରୁ ଭାରତ ଓହରିଯିବା ନେଇ ଚିନ୍ତା କରୁଛି । ବିସିସିଆଇ ଦ୍ୱିପାକ୍ଷିକ ସିରିଜ ଉପରେ ପ୍ରାଥମିକତା ଦେବ ।

ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ବିରାଟ କୋହଲିଙ୍କ ଦଳ ଫାଇନାଲରେ ପ୍ରବେଶ କରିବା ସୁଯୋଗ ରହିଛି । ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଓ ଏସିଆ କପ୍ ଜୁନ-ଜୁଲାଇରେ ଆୟୋଜିତ ହେବାକୁ ଅଛି । ଭାରତ ଏଥିନେଇ ଏସିଆ କପରୁ ଓହରିଯିବା ପାଇଁ ଚିନ୍ତା କରୁଛି । କରୋନା ମହାମାରୀ ଯୋଗୁ ଅନେକ ସିରିଜ ସ୍ଥଗିତ ରହିଛି । ଏହା ଉପରେ ଭାରତ ଗୁରତ୍ୱ ଦେବ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.