ଭାରତ ଆଗରେ 148 ରନର ଟାର୍ଗେଟ ଦେଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି 19.5 ଓଭରରେ ପାକିସ୍ତାନ 147 ରନ କରିଛି । ଭାରତୀୟ ବୋଲରଙ୍କ ଆଗରେ ଆଜି ପାକିସ୍ତାନ ବ୍ୟାଟସମ୍ୟାନମାନେ ବଡ଼ ସ୍କୋର କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ । କେବଳ ମହମ୍ମଦ ରିଜଓ୍ବାନ ସର୍ବାଧିକ 43 ରନ କରିଥିଲେ । ଇଫ୍ଟିଖର ଅହମ୍ମଦ 28 ରନ କରିଥିଲା ବେଳେ ପାକିସ୍ତାନ ପକ୍ଷରୁ ବାବର ଆଜମ 9 ବଲରେ 10 ରନ କରି ପ୍ରଥମେ ଆଉଟ ହୋଇଥିଲେ ।
ମହମ୍ମଦ ରିଜୱାନ 42 ବଲରେ 43 ରନ କରିଥିଲେ । ଫଖର ଜମାନ 10 ରନ କରିଥିବା ବେଳେ ଆଉଟ ହୋଇଥିଲେ । ଖୁସଦିଲ ଶାହା 2 ରନ୍ କରିଥିବା ବେଳେ ଆସିଫ ଅଲି 9 ରନ୍ କରିଥିଲେ । ମହମ୍ମଦ ନୱାଜ 1 ରନ, ଶାଦବ ଖାନ 10 ରନ ,ନାସିମ ଶାହା 0ରେ ଆଉଟ ହୋଇଥିଲେ, ହରିସ ରାଉଫ 13 ରନ୍, ଶାହନାୱାଜ ଡହାନି 6 ବଲରେ 16 ରନ କରିଥିଲେ ।
Brilliant bowling figures of 4/26 from @BhuviOfficial makes him our Top Performer from the first innings.
A look at his bowling summary here 👇#INDvPAK #AsiaCup2022 pic.twitter.com/GqAmcv4su2
— BCCI (@BCCI) August 28, 2022
ଭୁବନେଶ୍ୱର କୁମାର 4 ଓଭରରେ 26 ରନ୍ ଦେଇ 4ଟି ଉଇକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 4 ଓଭରରେ 25 ରନ୍ ଦେଇ 3ଟି ଉଇକେଟ ନେଇଥିଲେ । ଆଭେଶ ଖାନ ଗୋଟିଏ ଉଇକେଟ ନେଇଥିବା ବେଳେ ଅର୍ଶଦୀପ ସିଂ 2ଟି ଉଇକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲଙ୍କୁ କୈାଣସି ଉଇକେଟ ମିଳିନଥିଲା ।
Comments are closed.