Latest Odisha News

BREAKING NEWS

ପାକିସ୍ତାନକୁ ହରାଇ ଭାରତର ରୋମାଞ୍ଚକର ବିଜୟ: ପ୍ରଶଂସକ ମନାଇଲେ ଉତ୍ସବ

ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ୍

ଭାରତର ରୋମାଞ୍ଚକର ବିଜୟ । ପାକିସ୍ତାନକୁ 5  ଉଇକେଟରେ ପରାସ୍ତ କରିଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଛନ୍ତି ।

ହାଇ ଭୋଲଟେଜ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନମାନେ ଜବରଦସ୍ତ ବ୍ୟାଟି କରି ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।

କେଏଲ ରାହୁଲ ଶୂନରେ ଆଉଟ ହେବା ପରେ ଅଧିନାୟକ ରୋହିତ ଶର୍ମା  12 ରନରେ ଆଉଟ ହୋଇ ପ୍ରାରମ୍ଭିକ ଝଟକା ଦେଇଥିଲେ ଭାରତକୁ  । ତେବେ ବିରାଟ କୋହଲି ଆଜି କିଛି ଭଲ ସଟ ଖେଳିବା ସହ  35 ରନ କରି ଆଉଟ ହୋଇଥିଲେ ।  ଏହାପରେ ସୂର୍ଯ୍ୟକୁମାର ଯାଦବ 18 ରନ କରି ଆଉଟ ହୋଇଥିଲେ ।  ଜାଡେଜା ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜାଡେଜା 29 ବଲରେ 35 ରନ କରି ଶେଷ ଓଭରରେ ଆଉଟ ହୋଇଥିଲେ । ହାର୍ଦିକ ପାଣ୍ଡ୍ୟା ଶେଷ ଓଭରରେ ଭଲ ସଟ ଖେଳିଥିଲେ, ସେ 17 ବଲରେ 33 ରନ କରି ମ୍ୟାଚ ବିଜୟୀ ଛକା ମାରିଥିଲେ । ଦିନେଶ କାର୍ତ୍ତିକ ଶେଷକୁ ଆସି 1 ରନ କରିଥିଲେ ।

ପାକିସ୍ତାନ ପକ୍ଷରୁ ନସିମ ଶାହା 2ଟି ଉଇକେଟ ନେଇଥିବା ବେଳେ ମହମ୍ମଦ ନଓ୍ବାଜ 3ଟି ଉଇକେଟ ନେଇଥିଲେ ।

ସେପଟେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ 148  ରନର ଟାର୍ଗେଟ ଦେଇଥିଲା ପାକିସ୍ତାନ ।  ପ୍ରଥମେ ବ୍ୟାଟିଂ କରି 20 ଓଭରରେ ପାକିସ୍ତାନ କରିଥିଲା 147  ରନ  । ଭାରତୀୟ ବୋଲରଙ୍କ ଆଗରେ ଆଜି ପାକିସ୍ତାନ ବ୍ୟାଟସମ୍ୟାନମାନେ ବଡ଼ ସ୍କୋର କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ । କେବଳ ମହମ୍ମଦ ରିଜଓ୍ବାନ ସର୍ବାଧିକ 43 ରନ କରିଥିଲେ । ଇଫ୍ଟିଖର ଅହମ୍ମଦ  28 ରନ କରିଥିଲା ବେଳେ ପାକିସ୍ତାନ ପକ୍ଷରୁ ବାବର ଆଜମ 9 ବଲରେ 10 ରନ  କରି ପ୍ରଥମେ ଆଉଟ ହୋଇଥିଲେ ।

ମହମ୍ମଦ ରିଜୱାନ 42 ବଲରେ 43  ରନ କରିଥିଲେ ।  ଫଖର ଜମାନ 10 ରନ କରିଥିବା ବେଳେ ଆଉଟ ହୋଇଥିଲେ  । ଖୁସଦିଲ ଶାହା 2 ରନ୍ କରିଥିବା ବେଳେ  ଆସିଫ ଅଲି 9 ରନ୍ କରି ଆଉଟ ହୋଇଥିଲେ ।  ମହମ୍ମଦ ନୱାଜ 1 ରନ, ଶାଦବ ଖାନ 10 ରନ  ଏବଂ ନାସିମ ଶାହା 0ରେ ଆଉଟ ହୋଇଥିଲେ ।  , ଶାହନାୱାଜ ଡହାନି 6 ବଲରେ 16 ରନ କରି ଆଉଟ ହୋଇଥିଲେ । ହରିସ ରାଉଫ 13 ରନ୍ କରି ଅପରାଜିତ ରହିଥିଲେ ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର  4 ଓଭରରେ 26 ରନ୍ ଦେଇ 4ଟି ଉଇକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 4 ଓଭରରେ 25 ରନ୍ ଦେଇ 3ଟି ଉଇକେଟ ନେଇଥିଲେ ।  ଆଭେଶ ଖାନ ଗୋଟିଏ ଉଇକେଟ ନେଇଥିବା ବେଳେ  ଅର୍ଶଦୀପ ସିଂ 2ଟି ଉଇକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲଙ୍କୁ କୈାଣସି ଉଇକେଟ ମିଳିନଥିଲା ।

Leave A Reply

Your email address will not be published.