Latest Odisha News

BREAKING NEWS

ଭାରତୀୟ ବୋଲିଂ ଆଗରେ ଧରାଶାୟୀ ହେଲା ସ୍କଟଲାଣ୍ଡ, ୮୫ରେ ଅଲଆଉଟ

ଦୁବାଇ: ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ମୁକାବିଲାରେ ଭାରତୀୟ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ସ୍କଟଲାଣ୍ଡ ଟିମ । ଟସ ଜିତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ସ୍କଟଲାଣ୍ଡ ୧୭.୪ ଓଭରରେ ୮୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଜର୍ଜ ମୁନସେ ୨୪, ମାଇକେଲ ଲିଶ୍କ ୨୧, କାଲମ ମ୍ୟାକଲିଡ ୧୬ ଓ ମାର୍କ ୱାଟ୍ଟ ୨ ଅଙ୍କ ଛୁଇଁ ପାରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ୩ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିବା ବେଳେ ଯଶପ୍ରୀତ ବୁମରାହ ୨ଟି ଏବଂ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ଉଇକେଟ ନେଇଥିଲେ ।

ପିଚରେ ରାତିରେ କାକର ପଡୁଥିବାରୁ ବ୍ୟାଟିଂ ସହଜ ହେବ ବୋଲି ଆଶା କରାଯାଉଛି । ଭାରତ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟ ହାସଲ କଲେ ମଧ୍ୟ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମୁକାବିଲାରେ ଏହାର ଭାଗ୍ୟ ନିର୍ଭର କରୁଛି । ଆଫଗାନିସ୍ତାନ ଯଦି ନ୍ୟୁଜିଲାଣ୍ଡକୁ ହରାଇବ ତାହାହେଲେ ଭାରତର ଆଶା ଉଜ୍ଜୀବିତ ରହିବ ।

Leave A Reply

Your email address will not be published.