Latest Odisha News

ବିଶ୍ୱରେ ମୋଟା ଲୋକଙ୍କ ସଂଖ୍ୟା ଶହେ କୋଟି ଅତିକ୍ରମ: ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ସାରା ବିଶ୍ୱରେ ମେଦବହୁଳତାର ଶିକାର ହେଉଥିବା ସଂଖ୍ୟା ୧୦୦ କୋଟିରେ ପହଞ୍ଚିଛି । ଏହାର ଅର୍ଥ ହେଉଛି ଦୁନିଆର ପ୍ରତି ୮ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପ୍ରାୟ ଦେଢ଼ଗୁଣ ଅଧିକ ରହିଛି ।

ଏନେଇ ଲାନସଟରେ ପ୍ରକାଶିତ ଡବ୍ଲ ଲୁଏଚଓ ଏବଂ ଇଂପିରିଏଲ୍ କଲେଜ ଲଂଣ୍ଡନ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ପ୍ରକାଶ ପାଇଛି । ଏହି ଅଧ୍ୟୟନରେ ୧୯୯୦ ମସିହାରୁ ୨୦୨୨ ପର୍ଯ୍ୟନ୍ତ ୧୯୨ଟି ଦେଶର ତଥ୍ୟ ବିଶ୍ଳେଷଣ କରାଯାଇଛି ।

ଗତ ତିନି ଦଶନ୍ଧି ମଧ୍ୟରେ ମେଦବହୁଳତାର ସମସ୍ୟା ୪ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୯୯୦ ମସିହାରେ ସାରା ବିଶ୍ୱରେ ୨୨.୬ କୋଟି ଲୋକ ମୋଟାପଣର ଶିକାର ହୋଇଥିଲେ । ସେଥିମଧ୍ୟରୁ ୧୨.୮ କୋଟି ମହିଳା, ୬.୭ କୋଟି ପୁରୁଷ ଏବଂ ୩.୧ କୋଟି ଶିଶୁ ସାମିଲ ଥିଲେ ।
୨୦୨୨ରେ ମୋଟା ଲୋକଙ୍କ ସଂଖ୍ୟା ୧୦୩.୮ କୋଟିରୁ ଅତିକ୍ରମ କରିଛି । ଏଥିମଧ୍ୟରୁ ୫୦.୪ କୋଟି ମହିଳା, ୩୭.୪ କୋଟି ପୁରୁଷ ଏବଂ ୧୬ କୋଟି ଶିଶୁ ଅଛନ୍ତି ।

ଭାରତରେ ମହାମାରୀ ରୂପ ନେଇପାରେ ମୋଟାପଣ !

ଏହି ଅଧ୍ୟୟନ ଭାରତ ପାଇଁ ବିପଦର ସତର୍କ ଘଣ୍ଟି ହୋଇଛି । କାରଣ ଏଥିରେ ଦର୍ଶାଯାଇଛି ୧୯୨ ଦେଶ ମଧ୍ୟରୁ ସବୁଠୁ ଅଧିକ ମୋଟା ଲୋକ ଭାରତରେ ରହୁଛନ୍ତି । ଆମ ଦେଶରେ ପାଖାପାଖି ୮.୨୫ କୋଟି ଲୋକ ମେଦବହୁଳାତାର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ୪.୪ କୋଟି ମହିଳା ଏବଂ ୨.୬ କୋଟି ପୁରୁଷ ଅଛନ୍ତି । ଚିନ୍ତାର ବିଷୟ ହେଉଛି ଯେ ଦେଶରେ ୧.୨୫ କୋଟିରୁ ଅଧିକ ଶିଶୁ ମଧ୍ୟ ମୋଟାପଣରୁ ଶିକାର ହେଇଛନ୍ତି ।

ପ୍ରାୟ ୩ ଦଶକ ପୂର୍ବରୁ ୧୯୯୦ରେ ଆମ ଦେଶରେ ମେଦବହୁଳତାର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ୩୯ ଲକ୍ଷ ଥିଲା । ସେଥିମଧ୍ୟରୁ ୨୪ ଲକ୍ଷ ମହିଳା, ୧୧ ଲକ୍ଷ ପୁରୁଷ ଏବଂ ୪ ଲକ୍ଷ ଶିଶୁ ସାମିଲ ଥିଲୋ ।

ମୋଟାପଣ ଭାରତ ପାଇଁ ଡବଲ ଚିନ୍ତାର କାରଣ

ମୋଟାପଣର ଅର୍ଥ ହେଉଛି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ ଏବଂ ଅନ୍ୟାନ୍ୟ ରୋଗକୁ ନିମନ୍ତ୍ରଣ କରିବା । ବିଶେଷ କରି ଭାରତ ଭଳି ଦେଶରେ, ଯେଉଁଠାରେ ପୁଷ୍ଟିହୀନତା ଏକ ବଡ଼ ସମସ୍ୟା ହୋଇସାରିଛି, ତେବେ ମେଦବହୁଳତାର ସମସ୍ୟା ଦ୍ୱିଗୁଣିତ କରିଛି ।

ଏହି ଅଧ୍ୟୟନରେ ସାମିଲ ଥିବା ବିଶେଷଜ୍ଞଙ୍କ ଅନୁସାରେ, ମୋଟାପଣ ବୃଦ୍ଧି ହେବାର ସବୁଠାରୁ ବଡ଼ କାରଣ ହେଉଛି ଭୁଲ୍ ଜୀବନଶୈଳୀ ଓ ଖାଦ୍ୟପ୍ରେୟ ବୋଲି କୁହାଯାଇଛି । ଏଥିରେ ପ୍ରଥମ ସଂଖ୍ୟା ହେଉଛି ପ୍ରକ୍ରିୟାକୃତ ଖାଦ୍ୟ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୁସ୍ଥ ଖାଦ୍ୟ ଖାଇବା ଏବଂ ଏକ ଉତ୍ତମ ଜୀବନଶୈଳୀ ଗ୍ରହଣ କରିବାକୁ ପରାମର୍ଶ

Leave A Reply

Your email address will not be published.