Latest Odisha News

BREAKING NEWS

ଭକ୍ତଙ୍କ ପାଇଁ ଖୋଲିଲା ୟୁଏଇ ସ୍ଥିତ ବିଏପିଏସ ମନ୍ଦିର, ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଖୋଲାରହିବ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପଥରରେ ନିର୍ମିତ ପ୍ରଥମ ହିନ୍ଦୁ ମନ୍ଦିର ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲିଦିଆଯାଇଛି । ୧୪ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବିର ଏହି ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଥିଲେ ।

ଦୁବାଇ-ଆବୁଧାବି ଶେଖ ଜାୟଦ ରାଜପଥରେ ଅଲ ରାହବା ନିକଟରେ ୨୭ ଏକର ଜମିରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ୟୁଏଇ ସରକାର ଏହି ମନ୍ଦିର ପାଇଁ ଜମି ଦାନ କରିଛନ୍ତି । ଯେଉଁଭଳି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଇଛି ସେହିଶୈଳୀରେ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ନାଗର ଶୈଳୀରେ ନିର୍ମିତ ହୋଇଛି ।

ମନ୍ଦିରର ସ୍ୱେଚ୍ଛାସେବୀ ଉମେଶ ରାଜାଙ୍କ କହିବାନୁସାରେ, ୨୦ ହଜାର ଟନ୍ ରୁ ଅଧିକ ଚୂନ ପଥରର ଖଣ୍ଡକୁ ରାଜସ୍ଥାନର ପଥର ଉପରେ ଖୋଦିତ କାର୍ଯ୍ୟ କରାଯାଇଛି । ଏହି ମନ୍ଦିର ଜୟପୁରର ଗୋଲାପୀ ବାଲୁକା ପଥରରେ ନିର୍ମିତ । ଏହା ସେହି ସମାନ ପଥର ଯେଉଁ ପଥରରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଇଛି । ମାର୍ବଲରେ ନିର୍ମିତ ମନ୍ଦିରର ପ୍ରତ୍ୟେକ ସ୍ତମ୍ଭରେ ଦେବାଦେବୀଙ୍କର ମୂର୍ତ୍ତି ଖୋଦିତ ହୋଇଛି ।

ଭଲଭାବେ ପଲିସ କରାଗଲା ଏବଂ ୭୦୦ କଣ୍ଟେନରରେ ଆବୁଧାବିକୁ ଅଣାଯାଇଥିଲା । ବୋଚାକସନବାସୀ ଅକ୍ଷୟ ପୁରୁଷୋତ୍ତମ ସ୍ବାମୀନାରାୟଣ ସଂନ୍ଥା (BAPS) ‘ଏକ୍ସ’ ରେ ଏକ ପୋଷ୍ଟରେ କହିଛନ୍ତି, “ଅପେକ୍ଷା ର ଅନ୍ତ ଘଟିଛି! ଆବୁଧାବି ମନ୍ଦିର ବର୍ତ୍ତମାନ ସମସ୍ତ ପରିଦର୍ଶକ ଏବଂ ଭକ୍ତଙ୍କ ପାଇଁ ଖୋଲା ଯାଇଛି’। ତେବେ ସୋମବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ସକାଳ ୯ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ଏଥିରେ ଉଲ୍ଲେଖ ଅଛି ।

ଏହି ମନ୍ଦିର ଭଗବାନ ସ୍ବାମିନାରାୟଣଙ୍କୁ ଉତ୍ସର୍ଗ କରାଯାଇଛି । ଏହାର ଫଟୋଗ୍ରାଫରୁ ମନ୍ଦିରର ମହାନତା ଆକଳନ କରାଯାଇପାରିବ । ମନ୍ଦିରରେ ଖୋଦିତ ପଥର ବ୍ୟବହାର କରାଯାଇଛି । ସେମାନଙ୍କ ଉପରେ ହିନ୍ଦୁ ଦେବତା ଏବଂ ଦେବୀଙ୍କ ପ୍ରତିମୂର୍ତ୍ତି ଖୋଦିତ ହୋଇଛି । ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲମାନ ବହୁଳ ରାଷ୍ଟ୍ର ଦୁବାଇରେ ଏହି ବିଶାଳ ହିନ୍ଦୁ ମନ୍ଦିର ଉଦଘାଟନ କରିଥିଲେ ।

Leave A Reply

Your email address will not be published.