Latest Odisha News

BREAKING NEWS

ଅପରେସନ ସିନ୍ଦୂରକୁ ମାସେ, ପାକିସ୍ତାନକୁ ଚିରସ୍ଥାୟୀ ଭାବେ କରିବ ଭୟଭୀତ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ମାସେ । ମେ’ ମାସ ଠିକ୍ ଆଜିର ଦିନରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ସେନା । ମେ ୬ ତାରିଖ ରାତିରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଇଥିଲା ଭାରତ। ପାକିସ୍ତାନର ଆତଙ୍କବାଦୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ କରିଥିଲା ଅପରେସନ୍ ସିନ୍ଦୂର।

ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ନଷ୍ଟ କରିଥିଲେ। ଏହି ଅପରେସନରେ ଭାରତ, ପାକିସ୍ତାନର ବିମାନ ଓ ମିସାଇଲ ସିଷ୍ଟମକୁ ମଧ୍ୟ କ୍ଷତିଗ୍ରସ୍ତ କରିଥିଲା। ଏବେ ‘ଅପରେସନ୍ ସିନ୍ଦୂର’ର ନାଁ ଶୁଣିଲେ ପାକିସ୍ତାନ ତା’ର ଲଜ୍ଜାଜନକ ପରାଜୟ ମନେ ପକାଇବ। ଏହି ଅପରେସନ୍ ଭାରତର ସାମରିକ ଶକ୍ତି ଏବଂ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତାର ପ୍ରତୀକ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟ୍ରାରେ ଏକ ସାଧାରଣ ସଭାରେ କହିଥିଲେ ଯେ ଅପରେସନ୍ ସିନ୍ଦୂର ପାକିସ୍ତାନକୁ ଚିରସ୍ଥାୟୀ ଭାବେ ଭୟଭୀତ କରିବ। ସେହିପରି ମୁଖ୍ୟ ପ୍ରତିରକ୍ଷା ଅଧିକାରୀ ବା ସିଡିଏସ୍ ଜେନେରାଲ ଅନିଲ ଚୌହ୍ବାନ କହିଛନ୍ତି , ଏହି ଅପରେସନ୍ ଏବେ ମଧ୍ୟ ଜାରି ରହିଛି ଏବଂ ଏହା ଏକ ଅସ୍ଥାୟୀ ଯୁଦ୍ଧବିରତି ମାତ୍ର।

ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା: କାହିଁକି ଏବଂ କେବେ?

୨୨ ଏପ୍ରିଲ ୨୦୨୫ରେ, ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ। ଏହି ଆକ୍ରମଣରେ ଆତଙ୍କବାଦୀମାନେ ହିନ୍ଦୁ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ। ଭାରତ ଏହି ଆକ୍ରମଣ ପାଇଁ ଲସ୍କର-ଏ-ତୈବା (LeT), ଜୈଶ-ଏ-ମହମ୍ମଦ (JeM) ସହିତ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଦାୟୀ କରିଥିଲା। ଭାରତ କହିଛି ଯେ ଏହି ଆତଙ୍କବାଦୀମାନେ ପାକିସ୍ତାନର ସମର୍ଥନରେ କାର୍ଯ୍ୟ କରନ୍ତି, ଯାହାକୁ ଇସଲାମାବାଦ ଅସ୍ୱୀକାର କରିଥିଲା।

ଏହି ଆକ୍ରମଣର ଜବାବରେ, ଭାରତ ୨୦୨୫ ମଇ ୬ ତାରିଖ ରାତି ଗୋଟାଏରୁ ଗୋଟାଏ ତିରିଶ ପର୍ଯ୍ୟନ୍ତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହାକୁ ସିନ୍ଦୂର ନାମକରଣ କରାଯାଇଥିଲା କାରଣ ଏହା ସେହି ମହିଳାଙ୍କ ପାଇଁ ନ୍ୟାୟ ପାଇଁ ଏକ ଲଢ଼େଇ ଥିଲା ଯାହାଙ୍କ ସ୍ୱାମୀମାନଙ୍କୁ ପହଲଗାମରେ ହତ୍ୟା କରାଯାଇଥିଲା। ଏହି ଅପରେସନ୍ ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ତୃତୀୟ ବଡ଼ ଆକ୍ରମଣ ଥିଲା।

Comments are closed.