Latest Odisha News

BREAKING NEWS

ପ୍ରଥମ ଡୋଜ କରୋନା ଟିକା ନେବାରେ ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ: ପ୍ରଥମ ଡୋଜ କରୋନା ଟିକା ନେବା‌ରେ ଆମେରିକାକୁ ଟପିଛି ଭାରତ। ପ୍ରଥମ ଡୋଜ କରୋନା ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଆମେରିକା ଠାରୁ ଭାରତରେ ଅଧିକ ରହିଛି ବୋଲି ସରକାର ଶୁକ୍ରବାର ଦିନ କହିଛନ୍ତି।

”ତଥ୍ୟ ଅନୁଯାୟୀ ଭାରତରେ ୧୭.୨ କୋଟି ଲୋକ କରୋନା ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି। ଆମେରିକାରେ ଏହି ସଂଖ୍ୟା ୧୬.୯ କୋଟି ରହିଛି। ଗୁରୁବାର ସୁଦ୍ଧା ଗୋଟିଏ ଡୋଜ ଗ୍ରହଣ କରିଥିବା ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଆମେ ଆମେରିକାକୁ ଅତିକ୍ରମ କରିଛୁ ବୋଲି ଏନଟିଆଇ ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡ. ଭି.କେ ପଲ୍‌ ଇଣ୍ଡିଆ ଟୁଡେ କହିଛନ୍ତି।

ଏହି ସମୟରେ, ବ୍ରିଟେନରେ ପ୍ରଥମ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩.୯ କୋଟି ଏବଂ ଜର୍ମାନୀ ୩.୮ କୋଟି ରହିଛି ବୋଲି ଡ. ପଲ ସୂଚନା ଦେଇଛନ୍ତି। ଏହିସହିତ ଏହି ତଥ୍ୟ ତାଲିକାରେ ଚୀନ୍ ଅନ୍ତର୍ଭୁକ୍ତ ନୁହେଁ ବୋଲି କହିଛନ୍ତି ଡ. ପଲ୍‌।

ସେ କହିଛନ୍ତି ଯେ ମୋ ପାଇଁ ଏକ ଆଶ୍ବସ୍ତିକର ଖବର ଏବଂ ଟିକାକରଣ ପ୍ରକ୍ରିୟା ଆହୁରି ଜୋରଦାର ହେବ।

Leave A Reply

Your email address will not be published.