Latest Odisha News

BREAKING NEWS

ବଲିଉଡ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କଲେ ଅଭିନେତ୍ରୀ ୟାମି ଗୌତମ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଏକ ଅନ୍ତରଙ୍ଗ ବିବାହ ସମାରୋହରେ ବଲିଉଡ୍‌ର ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। ଏହି ଖୁସି ଖବର ୟାମି ନିଜ ପ୍ରଶଂସକ ଏବଂ ଅନୁସରଣକାରୀଙ୍କ ସେୟାର୍‌ କରିବା ପାଇଁ ଟ୍ୱିଟରରେ ବିବାହର ଏକ ଫଟୋ ପୋଷ୍ଟ କରିଛନ୍ତି।

ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ତାଙ୍କ ବିବାହର ଏକ ଫଟୋ ସେୟାର କରି  କ୍ୟାପସନ୍ ଦେଇଛନ୍ତି, “ଆମ ପରିବାରର ଆଶୀର୍ବାଦ ସହିତ ଆମେ ଆଜି ଏକ ଅନ୍ତରଙ୍ଗ ବିବାହ ସମାରୋହରେ ବିବାହ କରିଛୁ। ପ୍ରେମ ଏବଂ ବନ୍ଧୁତାର ଯାତ୍ରା ଆରମ୍ଭ କରିବାବେଳେ ଆମେ ଆପଣଙ୍କର ସମସ୍ତ ଆଶୀର୍ବାଦ ଏବଂ ଶୁଭେଚ୍ଛା କାମନା କରୁଛୁ।

Leave A Reply

Your email address will not be published.