Latest Odisha News

BREAKING NEWS

ଏସିଆ କପରେ ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ମହାସଂଗ୍ରାମରେ ଅଂଶଗ୍ରହଣ କରିଥିବା ସବୁ ଦଳ ନିଜ ନିଜର ଉତ୍ତମ ପ୍ରଦର୍ଶନ କରିବା ପାଇଁ ଲକ୍ଷ ରଖିଛନ୍ତି। କିନ୍ତୁ ସେଥି ମଧ୍ୟରୁ ୨ଟି ଦଳ ଉପରେ ସମସ୍ତଙ୍କର ବିଶେଷ ନଜର ରହିଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ବିଗତ ମ୍ୟାଚ୍ ଗୁଡ଼ିକରେ ବର୍ଷା ଏକ ବିରାଟ ସମସ୍ୟା ସୃଷ୍ଟି କରିଛି। ତେବେ ଏଭଳି ପରିସ୍ଥିତିରେ ଭାରତ ପାକିସ୍ତାନ ମଧ୍ୟରେ ଆୟୋଜିତ ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଖେଳ ବାତିଲ ହୋଇଥିଲା। ସେଥି ପାଇଁ ଉଭୟ ଦଳର ଖେଳାଳି ଏବଂ ପ୍ରସଂଶକମାନେ ନିରାଶ ହୋଇଥିଲେ। ଏବେ ପୁଣି ଥରେ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ସେପ୍ଟେମ୍ଵର ୧୦ ତାରିଖରେ ଦ୍ଵିତୀୟ ଥର ପାଇଁ ଦୁଇ ପ୍ରତିଦ୍ଵନ୍ଦ୍ବୀ ମୁହାଁ ମୁହିଁ ହେବେ। ଗତ ୪ ସେପ୍ଟେମ୍ବର ସୋମବାର ଦିନଭାରତ କୌଣସି ୱିକେଟ୍ ନହରାଇ ନେପାଳକୁ ପରାସ୍ତ କରି ପଏଣ୍ଟ ଟେବୁଲର ଟପ୍ ୪ରେ ସାମିଲ ହୋଇଛି।

ବର୍ଷା କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥବା ମ୍ୟାଚ୍ ଅଧାରୁ ବନ୍ଦ୍ ହୋଇଥିଲା। ବାକି ରହିଯାଇଥିବା ମହା ସଂଘର୍ଷ ପୁଣି ଥରେ ଚଳିତ କ୍ରିକେଟ୍ ମହାସଂଗ୍ରାମରେ ରୋମାଞ୍ଚ ଭରିଦେବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ବର୍ତ୍ତମାନ ସୁଦ୍ଧା ଉଭୟ ପାକିସ୍ତାନ ଓ ଭାରତ ନେପାଳକୁ ହରାଇ ସମାନ ପଏଣ୍ଟ ହାସଲ କରିଛନ୍ତି। ସେପ୍ଟେମ୍ଵର ୫ ତାରିଖ ମଙ୍ଗବାର ଦିନ ଆଫଗାନିସ୍ଥାନ ଓ ଶ୍ରୀଲଙ୍କା ମଧ୍ୟରେ ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ୍ ଖେଳାଯାଇଥିବା ବେଳେ ଶ୍ରୀଲଙ୍କା ବାଜି ମାରି ନେଇଛି।

ଏହା ପରେ ସେମିଫିନାଲେ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଭାରତ ଓ ପାକିସ୍ତାନ ପ୍ରତିଦ୍ବନ୍ଦ୍ବିତା କରିବେ। ସେପ୍ଚେମ୍ଵର ୧୭ ତାରିଖରେ ଏସିଆ କପର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତେବେ ସେପ୍ଟମ୍ଵର ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଚିତ୍ତାକର୍ଷକ ମ୍ୟାଚରେ ବର୍ଷା ବାଧକ ଆଶଙ୍କା ଥିବାରୁ ଶ୍ରୀଲଙ୍କାର କଲମ୍ଵୋ ଷ୍ଟାଡିୟମରେ ଖେଳା ନଯାଇ ଡ୍ୟାମ୍ଵୁଲା କିମ୍ଵା ପ୍ୟାଲିକିଲେ ଷ୍ଟାଡିୟମରେ ଖେଳାଯାଇପାରେ ବୋଲି ଅନୁମାନ କରାଯାଉଛି।

 

Leave A Reply

Your email address will not be published.