Latest Odisha News

BREAKING NEWS

ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’ରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଲା ଭାରତ

ନୂଆଦିଲ୍ଲୀ: ଗାଜା ସଙ୍କଟ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଶାନ୍ତି ବୋର୍ଡ’ର ପ୍ରଥମ ବୈଠକରେ ଗୁରୁବାର ଭାରତ ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରିଥିଲା। ଭାରତ ଏହି ବୋର୍ଡର ଆନୁଷ୍ଠାନିକ ସଦସ୍ୟ ନୁହେଁ। ଡୋନାଲ୍ଡ ଜେ. ଟ୍ରମ୍ପ ଇନଷ୍ଟିଚ୍ୟୁଟ୍ ଅଫ୍ ପିସ୍ରେ ଅନୁଷ୍ଠିତ ବୈଠକରେ ଭାରତର ପ୍ରତିନିଧିତ୍ୱ ୱାଶିଂଟନ୍ ଡିସିରେ ଥିବା ଭାରତୀୟ ଦୂତାବାସର ଚାର୍ଜ ଡି’ଆଫେୟର୍ସ ନାମଗ୍ୟା ଖାମ୍ପା କରିଥିଲେ।

ଗତ ମାସରେ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମରେ ଟ୍ରମ୍ପ ଗାଜାରେ ଶାନ୍ତି ପାଇଁ ‘ଶାନ୍ତି ବୋର୍ଡ’ର ରୂପରେଖା ଉପସ୍ଥାପନ କରିଥିଲେ। ସେ ଘୋଷଣା କରିଥିଲେ ଯେ ସମସ୍ତେ ଏହି ପ୍ରତିଷ୍ଠାନର ଅଂଶ ହେବାକୁ ଚାହାଁନ୍ତି, ଯାହା ଶେଷରେ ଜାତିସଂଘକୁ ପ୍ରତିଦ୍ୱନ୍ଦ୍ୱୀ କରିପାରିବ। ଆମେରିକାରେ ଭାରତୀୟ ଦୂତାବାସ ମୁଖ୍ୟ ନାମଗ୍ୟା ସି ଖମ୍ପା ଆମେରିକା ଶାନ୍ତି ପ୍ରତିଷ୍ଠାନରେ ପର୍ଯ୍ୟବେକ୍ଷକ ଭାବରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ଆମେରିକା ଶାନ୍ତି ବୋର୍ଡ଼ରେ ଯୋଗଦେବାକୁ ୫୦ ଦେଶକୁ ନିମନ୍ତ୍ରଣ କରିଥିଲା। ୨୬ ଦେଶ ଶାନ୍ତି ବୋର୍ଡ଼ର ପ୍ରତିଷ୍ଠାତା ସଦସ୍ୟ ଭାବେ ଯୋଗ ଦେଇଥିଲେ। ଗତମାସ ହୋଇଥିବା ବିଶ୍ବ ଅର୍ଥନୈତିକ ଫୋରମ୍‌ ବୈଠକ ଅବସରରେ ଏହି ଶାନ୍ତି ବୋର୍ଡ଼ର ଗଠନ କରାଯାଇଥିଲା। ବୈଠକରେ ଗାଜାରେ ମୁତୟନ ହେବାକୁ ଥିବା ଆନ୍ତର୍ଜାତିକ ସ୍ଥିରତା ବାହିନୀକୁ ଏହାର ସେନା ପଠାଇବାକୁ ୫ଟି ଦେଶ ଯଥା: ଇଣ୍ଡୋନେସିଆ, ମରକ୍କୋ, କାଜାଖସ୍ତାନ, କସୋଭୋ ଏବଂ ଆଲବାନିଆ ରାଜି ହୋଇଥିବା ଆମେରିକା ସେନାର ମେଜର ଜେନେରାଲ ଜାସପର୍‌ ଜେଫର୍ସ ଘୋଷଣା କରିଥିଲେ। ସ୍ଥିରତା ବାହିନୀର କମାଣ୍ଡର ଭୂମିକା ଜେଫର୍ସଙ୍କ ପାଖରେ ଥିବାବେଳେ ଡେପୁଟି କମାଣ୍ଡର ଭୂମିକା ଇଣ୍ଡୋନେସିଆକୁ ମିଳିବ।

Comments are closed.