Latest Odisha News

BREAKING NEWS

ଗହମ ରପ୍ତାନୀ ବନ୍ଦ ପରେ ଅଟା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଭାରତ ବିଦେଶକୁ ଗହମ ରପ୍ତାନୀ ବନ୍ଦ କରିବା ପରେ ଏବେ ଅଟା ଉପରେ ପ୍ରତିବନ୍ଧକ ଲଗାଇଛି। ଅଟା, ମଇଦା, ସୁଜି, ସିମେଇ ଆଦି ଗହମରୁ ତିଆରି ଉତ୍ପାଦ ସବୁ ଉପରେ ଜୁଲାଇ ୧୨ ତାରିଖରୁ ପ୍ରତିବନ୍ଧକ ଲାଗୁ ହେବ।

BjdElectrycity

ଏଣିକି ବିଦେଶକୁ ଅଟା ରପ୍ତାନୀ ପାଇଁ ପୂର୍ବରୁ ଅନୁମତି ନେବାକୁ ହେବ।ଡିଜିଏଫଟିର ନିଷ୍ପତ୍ତି ଅନୁସାରେ ଏକ ଇଣ୍ଟର ମିନିଷ୍ଟରିଆଲ କମିଟି ପାଖରୁ ପ୍ରତି ଥର ବିଦେଶକୁ ଅଟା ରପ୍ତାନୀ ପୂର୍ବରୁ ଅନୁମତି ଆବଶ୍ଯକ।

ଗତ ମେ’ ମାସରେ ଭାରତ ଗହମ ରପ୍ତାନୀ ବନ୍ଦ କରିଦେଇଛି।ରପ୍ତାନୀ ନୀତି ଉପରେ ଅଧ୍ଯାଦେଶ ଆଣି ଗହମ ରପ୍ତାନୀକୁ ନିଷିଦ୍ଧ କ୍ଯାଟେଗୋରୀ ଅର୍ନ୍ତଭୁକ୍ତ କରିଛି।

ବିଶ୍ୱରେ ଗହମ ଏବଂ ଅଟା ଯୋଗାଣ ବାଧାପ୍ରାପ୍ତ ହେବା ଦ୍ୱାରା ବଜାରରେ ନୂଆ ବ୍ଯବସାୟୀ ଆସିଛନ୍ତି।ଏ ସକାଶେ ଗହମ ମାନରେ ପରିବର୍ତ୍ତନ ଆସିଛି। ଦର ଦାମ୍ ପ୍ରଭାବିତ ହୋଇଛି।

Leave A Reply

Your email address will not be published.