Latest Odisha News

BREAKING NEWS

ସଙ୍କଟରେ କୋହଲିଙ୍କ କ୍ୟାରିୟର, ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ଶେଷ ସୁଯୋଗ !

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କ୍ରିକେଟ କ୍ୟାରିୟର ଏବେ ସଙ୍କଟରେ । ବାରମ୍ବାର ବିଫଳତା ଏବଂ ଦୁର୍ଭାଗ୍ୟ ଯୋଗୁ ଚୟନକମିଟି ମଧ୍ୟ ତାଙ୍କ ନେଇ ଧୈର୍ଯ୍ୟହରା ହୋଇ ପଡିଲେଣି । ଇଂଲଣ୍ଡ ବିପକ୍ଷରେ ଶୋଚନୀୟ ଭାବେ ଟେଷ୍ଟ ମ୍ୟାଚ ହାରିବା ତାଙ୍କୁ ବେଶୀ ବିପଦକୁ ଠେଲି ଦେଇଛି । କେତେକ ମିଡିଆ ରିପୋର୍ଟ ଅନୁସାରେ ଭାରତୀୟ ଟିମ ମ୍ୟାନେଜମେଂଟ ଓ ଚୟନକମିଟି ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ କୋହଲିଙ୍କ ପାଇଁ ଶେଷ ସୁଯୋଗ ଭାବେ ବିବେଚନା କରିଛନ୍ତି । ଖରାପ ଫର୍ମ ଯୋଗୁ ଟି୨୦ ମିଡିଲ ଅର୍ଡରରେ କୋହଲି ଏବେ ଫିଟ ହେଉ ନାହାନ୍ତି । ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ ନ କଲେ ତାଙ୍କୁ ଟି୨୦ ବିଶ୍ୱକପ ଟିମରେ ମଧ୍ୟ ସୁଯୋଗ ମିଳିପାରେ ନାହିଁ ଆଗୁଆ ଚେତାଇ ଦିଆଯାଇଛି । ତାଙ୍କ ବଦଳରେ ଭଲ ଫର୍ମରେ ଥିବା ରିଷଭ ପନ୍ତ, ଶ୍ରେୟାଶ ଆୟାର, ଦୀନେଶ କାର୍ତିକ ଓ ଦୀପକ ହୁଡାଙ୍କୁ ସୁଯୋଗ ମିଳିପାରେ । ପାୟ ୨ ବର୍ଷ ହେବ କୋହଲିଙ୍କ ବ୍ୟାଟ ଶାନ୍ତ ରହିଛି ।

ଆଇପିଏଲରେ ମଧ୍ୟ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଚଳିତ ବର୍ଷ କୋହଲି ୨ଟି ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ୩୪.୫୦ ଆଭରେଜରେ ୬୯ ରନ କରିଛନ୍ତି । ୨୦୨୧ରେ ସେ ୧୦ ମ୍ୟାଚରେ ୭୪.୭୫ ଆଭରେଜରେ ୨୯୯ ରନ କରିଥିଲେ । ଖରାପ ଫର୍ମ ଯୋଗୁ କୋହଲି ତାଙ୍କ ଚିରାଚରିତ ଶୈଳୀରେ ଖେଳିପାରୁ ନାହାନ୍ତି । ଟି୨୦ ବିଶ୍ୱକପରେ ଫର୍ମ, ଫିଟନେସ ଏବଂ ମାନସିକ ଦୃଢ଼ତା ଜରୁରୀ । କୋହଲି ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶ କରିବା ନେଇ ପ୍ରଶଂସକମାନେ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.