Latest Odisha News

BREAKING NEWS

ଜାତିସଂଘରେ ଉଠିଲା ଜାମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ଆକ୍ରମଣ ପ୍ରସଙ୍ଗ

ଜାମ୍ମୁ : ଜାତିସଂଘରେ ଉଠିଲା ଜାମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ଆକ୍ରମଣ ପ୍ରସଙ୍ଗ । ଡ୍ରୋନ ସହାୟତାରେ ଯେଉଁଭଳି ଭାବେ ଅସ୍ତ୍ରଶସ୍ତ୍ର ପରିବହନ କରାଯାଇ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି, ସେଥିପ୍ରତି କଡା ଦୃଷ୍ଟି ଦେବାକୁ ଜାତିସଂଘରେ ଦାବି କରିଛି ଭାରତ । ଗୃହ ବ୍ୟାପାର ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ନିରାପତ୍ତା ସ୍ବତନ୍ତ୍ର ସଚିବ ଭି.ଏସ.କେ କୌମୁଦି ଜାତିସଂଘରେ କହିଛନ୍ତି ଯେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଏବେ ବ୍ୟାପକ ଅପବ୍ୟବହାର କରାଯାଉଛି । ଇଣ୍ଟରନେଟ ଓ ସୋସିଆଲ ମିଡିଆରେ ଆତଙ୍କବାଦୀ କ୍ରିୟାକଳାପ ଜାରି ରହିଛି । ଆତଙ୍କବାଦରର ନୂଆ ବିପଦ ଏବେ ସୃଷ୍ଟି ହୋଇଛି ।

ଜାତିସଂଘ ସାଧାରଣ ଆସେମ୍ବଲିର ଆତଙ୍କବାଦ ନିରୋଧୀ ସଂଗଠନର ମୁଖ୍ୟମାନଙ୍କ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ଭି.ଏସ.କେ କୌମୁଦି । ସେପଟେ ଜାମ୍ମୁ ଏୟାରବେସ୍ ହମଲାରେ ପାକିସ୍ତାନ ସ୍ଥିତ ଲସ୍କର-ଇ-ତୋଏବା ସଙ୍ଗଠନର ହାତ ଥାଇପାରେ ବୋଲି କହିଛନ୍ତି ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ଦିଲବାଗ ସିଂହ । ସୋମବାର ଦିନ ସୀମାରେ ଯେଉଁ ଡ୍ରୋନ ଉଡିଥିଲା, ତାହା ଲସ୍କର ସଙ୍ଗଠନ ପ୍ରାୟୋଜିତ ବୋଲି ବିଶ୍ବାସ କରାଯାଉଛି । ପ୍ରାଥମିକ ତଦନ୍ତରୁ ଏହି ବିସ୍ଫୋରଣ ଲସ୍କର ସଙ୍ଗଠନର ହାତ ରହିଛି ବୋଲି ସନ୍ଦେହ କରାଯାଉଛି ।

Comments are closed.