Latest Odisha News

BREAKING NEWS

ବର୍ଣ୍ଣ ବୈଷମ୍ୟ ସଂଘର୍ଷ, ସାମାଜିକ ନ୍ୟାୟ ପାଇଁ ୭୫କୋଟି ଟଙ୍କା ଦେଲେ ମାଇକେଲ ଜୋର୍ଡାନ

ୱାଶିଂଟନ: ଆମେରିକାରେ ଜର୍ଜ ଫ୍ଲେଏଡଙ୍କ ହତ୍ୟା ପରେ ସାରା ଦେଶରେ ଅଶାନ୍ତି ବ୍ୟାପିଛି । ଏହି ଅବସରରେ ବର୍ଣ୍ଣ ବୈଷମ୍ୟ ସଂଘର୍ଷକୁ ରୋକିବା ଏବଂ ସାମଜିକ ନ୍ୟାୟ ପାଇଁ ବାସ୍କେଟବଲର ମହାନ ଖେଳାଳି ମାଇକେଲ ଜୋର୍ଡାନ ୭୫ କୋଟି ଟଙ୍କା ଦାନ କରିଛନ୍ତି । କୃଷ୍ଣକାୟ ବ୍ୟକ୍ତିଙ୍କ ଜୀବନ ମଧ୍ୟ ମୂଲ୍ୟବାନ । ଯେଉଁମାନେ ବର୍ଣ୍ଣକୁ ନେଇ ଅଶାନ୍ତି ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଲଢ଼େଇ ଜାରି ରହିବ ।

ବ୍ରାଣ୍ଡ ଜୋର୍ଡାନ ଏହି କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂଗଠନକୁ ଅର୍ଥ ପ୍ରଦାନ କରିବ ବୋଲି ଏହାର ମାଲିକ ମାଇକେଲ ଜୋର୍ଡାନ କହିଛନ୍ତି । ଜୋର୍ଡାନ ୬ ଥର ଏନବିଏ ଚାମ୍ପିୟନ ହୋଇଛନ୍ତି । ଏବେ ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ତାଲିକାରେ ସାମିଲ କରାଯାଇଛି ।

Leave A Reply

Your email address will not be published.