Latest Odisha News

BREAKING NEWS

ସ୍ମିଥଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବାଙ୍ଗାଲୋର ସମ୍ମୁଖରେ ୧୭୮ ରନର ଟାର୍ଗେଟ

ଦୁବାଇ: ଆଇପିଏଲର ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୧୭୮ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଅଧିନାୟକ ଷ୍ଟିଭେନ ସ୍ମିଥ( ୫୭ ରନ)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୭୭ ରନ କରି ଭଲ ଟାର୍ଗେଟ ଦେବାରେ ସଫଳ ହୋଇଛି ।

ରବିନ ଉଥପ୍ପା (୪୧) ଓ ଜୋସ ବଟଲର ୨୪ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ବାଙ୍ଗାଲୋର ପକ୍ଷରୁ କ୍ରିସ ମୋରିସ ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ୟୁଜଭେନ୍ଦ୍ର ଚାହଲ ୨ଟି ଉଇକେଟ ନେଇଛନ୍ତି । ଟସ୍ ଜିଣି ସ୍ମିଥ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.