Latest Odisha News

BREAKING NEWS

ଆଜି ଦେଶରୁ ୧ ଲକ୍ଷ ୩୨ ହଜାର କରୋନା ପଜିଟିଭ୍, ୧୭ଲକ୍ଷକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଖସିବାରେ ଲାଗିଛି । କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥ ହେଉଛନ୍ତି ଅଧିକ । ଆକ୍ଟିଭ୍ କେସ୍ ବି ଖସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୨ହଜାର ୭୮୮ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୩୧ହଜାର ୪୫୬ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୮୩ ଲକ୍ଷ୭ହଜାର ୮୩୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ମୋଟ୍ ୨କୋଟି ୬୧ଲକ୍ଷ ୭୯ହଜାର ଆକ୍ରାନ୍ତ । ଦେଶରେ ସୁସ୍ଥ ହାର ରହିଛି ୯୨ ପ୍ରତିଶତ । ୧୮ ଲକ୍ଷ ତଳକୁ ଖସିଛି ଆକ୍ଟିଭ୍ କେସ୍ । ବର୍ତ୍ତମାନ ଦେଶରେ ୧୭ଲକ୍ଷ ୯୩ହଜାର ୬୪୫ ଆକ୍ଟିଭ୍ କେସ୍ ରହିଛି ।

ଗତକାଲି ଅପେକ୍ଷା ଆଜି ବଢ଼ିଛି ମୃତ୍ୟୁସଂଖ୍ୟା । ପୁଣି ୩ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଆଉ ୩ହଜାର ୨୦୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ଲକ୍ଷ ୩୫ହଜାର ୧୦୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.