Latest Odisha News

ଫ୍ରେଂଚ ଓପନ ଟେନିସ: ବିଗ ଥ୍ରୀ ଦ୍ୱିତୀୟ ରାଉଣ୍ଡରେ

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବିଗ ଥ୍ରୀ ଭାବେ ପରିଚିତ ରାଫେଲ ନାଡାଲ, ରୋଜର ଫେଡେରର ଓ ନୋଭାକ ଜୋକୋଭିଚ ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଛନ୍ତି । ସର୍ବିୟାର ଜୋକୋଭିଜ ଆମେରିକାର ଟେନି ସ୍ୟାଣ୍ଡଗ୍ରେନଙ୍କୁ ୬-୨, ୬-୪ ଓ ୬-୨ ସେଟରେ ପରାସ୍ତ କରିଥିଲେ ।

ସୁଇସ ଷ୍ଟାର ଫେଡେରର ଉଜବେକିସ୍ତାନର ଡେନିସ ଇସ୍ତୋମିନଙ୍କୁ ୬-୨, ୬-୪, ୬-୩ ସେଟରେ ହରାଇଥିଲେ । ସ୍ପେନର ନାଡାଲ ଅଷ୍ଟ୍ରେଲିଆର ଏଲେକ୍ସି ପୋପିନାରିନଙ୍କୁ ୬-୩, ୬-୨ ଓ ୭-୬ ସେଟରେ ପରାଜିତ କରିଥିଲେ । ସ୍ପେନର ଅଣସିଡେଡ ପାବଲୋ ଏନ୍ଦୁଜାର ୪ ନମ୍ବର ଖେଳାଳି ଅଷ୍ଟ୍ରିଆର ଡୋମିନିକ ଥିଏମଙ୍କୁ ହରାଇ ବିପର୍ଯ୍ୟାୟ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.