Latest Odisha News

BREAKING NEWS

ସିଲିଣ୍ଡର ବିସ୍ଫୋରଣରେ ଛାତ ଭୁଶୁଡ଼ି ୭ ମୃତ ୧୪ ଆହତ

ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇ ମହଲା କୋଠାର ଛାତ ଭୁଶୁଡ଼ିବା ଫଳରେ ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି।

ମଙ୍ଗଳବାର ରାତିରେ ୱାଜିରଗଞ୍ଜ ଅଞ୍ଚଳର ଟିକ୍ରି ଗ୍ରାମରେ ଏହି ଘଟଣା ଘଟିଛି। ଏହି ଦୁଃଖଦ ଘଟଣା ବିଷୟରେ ଜାଣିବା ପରେ ଗ୍ରାମବାସୀ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ବ୍ୟକ୍ତିମାନେ ବର୍ତ୍ତମାନ ନବାଗଞ୍ଜର ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଗୋଣ୍ଡା ଏସପି କହିଛନ୍ତି, “ଘରର ଛାତ ଭୁଶୁଡ଼ିବା ଯୋଗୁ ୧୪ ଜଣ ଲୋକ ଫସି ରହିଥିଲେ। ତିନି ଜଣ ଶିଶୁ ଏବଂ ଦୁଇ ମହିଳାଙ୍କ ସମେତ ୨ ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି।”

Leave A Reply

Your email address will not be published.