Latest Odisha News

BREAKING NEWS

ଦେଶରୁ ଦିନକରେ ୨୩,୯୫୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୯୮ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୩ ହଜାର ୯୫୦ ନୂଆ ଆକ୍ରାନ୍ତ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତ ହେଲେଣି ୧ କୋଟି ୯୯ହଜାର ୬୬ ଜଣ ।

ଦେଶରେ ପ୍ରତିଦିନ ସୁସ୍ଥହାର ବଢୁଛି । ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ୨୬ ହଜାର ୮୯୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ ସୁସ୍ଥ ସଂଖ୍ୟା ୯୬ଲକ୍ଷ ୬୩ହଜାର ୩୮୨କୁ ବୃଦ୍ଧି ପାଇଛି । ଏବେ ସାରା ଦେଶରେ ୨ଲକ୍ଷ ୮୯ହଜାର ୨୪୦ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶରୁ ପ୍ରାଣ ହରାଇଛନ୍ତି ଆଉ ୩୩୩ ଆକ୍ରାନ୍ତ । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୬ହଜାର ୪୪୪କୁ ବୃଦ୍ଧି ପାଇଛି । ଏବେ ଦେଶରେ ମୃତ୍ୟୁହାର ରହିଛି ୧.୪୫% ।

Comments are closed.