Latest Odisha News

ଫ୍ରେଂଚ ଓପନ ଟେନିସ: ୨ ଜଣ ପୁରୁଷ ଡବଲ୍ସ ଖେଳାଳି କରୋନା ସଂକ୍ରମିତ, ଦର୍ଶକଙ୍କୁ ବାହାର କରାଗଲା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଗୁରୁବାର ପୁରୁଷ ଡବଲ୍ସ ବିଭାଗର ୨ଜଣ ଖେଳାଳି କରୋନା ସଂକ୍ରମିତ ଥିବା ଜଣାପଡିଛି । ସେମାନଙ୍କୁ ଡ୍ରରୁ ବାହାର କରିବା ସହ, ଷ୍ଟାଡିୟମରେ ଉପସ୍ଥିତି ଥିବା ଦର୍ଶକଙ୍କୁ ଘରକୁ ଯିବାକୁ କୁହା ଯାଇଥିଲଶ । ଫ୍ରେଂଚ ଟେନିସ ଫେଡେରେଶନ ସମସ୍ତ ପ୍ରକାର କଡା ପଦକ୍ଷେପ ଗ୍ରହଣ କରିବା ସହ ୨୪୪୬ କରୋନା ଟେଷ୍ଟ କରାଇଥିଲା ।

BjdElectrycity

ସଂକ୍ରମିତ ଏହି ଦୁଇ ଖେଳାଳି ଗୋଟିଏ ଦେଶରେ କିନ୍ତୁ ସେମାନଙ୍କ ନାମ ଘୋଷଣା କରାଯାଇ ନାହିଁ । ତେବେ କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁଇ ଖେଳାଳି ହେଲେ କ୍ରୋଏସିଆର ନିକୋଲା ମେଟକିକ ଓ ମେଟ ପାଭିକ । ସେହିପରି ଜେମ ମୁନାରା ଓ ଫେଲିସିଆନୋ ଲୋପେଜ ମଧ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି ।

Leave A Reply

Your email address will not be published.