Latest Odisha News

BREAKING NEWS

ଆକ୍ଟିଭ୍ କରୋନା କେସ୍‌ରେ ୧୭୫୦ ହ୍ରାସ, ଦିନକରେ ଗଲା ୧୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କିଛି ଦିନ କମ୍‌ ବେସୀ ହେବା ପରେ ଏବେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୋମବାର ଦେଇଥିବା ସୂଚନା ଅନୁସାରେ ଦିନକରେ ୪,୨୮୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୧୪ ଜଣଙ୍କର ମୃତ୍ୟୁ ହୋଇଛି।

ଆକ୍ଟିଭ୍ କରୋନା କେସ୍‌ରେ ୧୭୫୦ ହ୍ରାସ ହୋଇ ବର୍ତ୍ତମାନ ୪୭,୨୪୬ ରହିଛି। ସେହିପରି ଗତକାଲିର ୧୪ ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୧,୫୪୭ ହୋଇଛି। ନୂଆ ମୃତକଙ୍କ ମଧ୍ୟରୁ କେରଳରୁ ୬ ଜଣଙ୍କ ଜୀବନ ଯାଇଛି।

ସୋମବାର ଦୈନିକ ପଜିଟିଭ ହାର ୪.୯୨କୁ ହ୍ରାସ ହୋଇଥିବା ବେଳେ ସାପ୍ତାହିକ ପଜିଟିଭ୍ ହାର ୪.୦୦ ପ୍ରତିଶତ ରହିଛି। ମୋଟ କୋଭିଡ୍‌ କେସ୍‌ ୪ କୋଟି ୪୯ ଲକ୍ଷ ୪୯ ହଜାର ୬୭୧ ହୋଇଥିବା ବେଳେ ମୋଟ ସଂକ୍ରମଣ ହିସାବରେ ଆକ୍ଟିଭ୍‌ କେସ୍‌ ୦.୧୧ ପ୍ରତିଶତ ରହିଛି।

ସେହିପରି ଦେଶରେ ସୁସ୍ଥ ହାର ୯୭.୭୧ ପ୍ରତିଶତ ରହିଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୪ କୋଟି ୪୩ ଲକ୍ଷ ୭୦ ହଜାର ୮୭୮ ହୋଇଛି। ମୃତ୍ୟୁହାର ୧.୧୮ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ୨୨୦.୬୬ କୋଟିର ଡୋଜ୍‌ର କୋଭିଡ୍ ଭ୍ୟାକ୍ସିନ୍‌ ଦିଆଯାଇ ସାରିଛି।

Leave A Reply

Your email address will not be published.