Latest Odisha News

BREAKING NEWS

ସେଲଫି ନେଉ ନେଉ ଖସିଗଲା ଗୋଡ: ଖଣ୍ଡାଧାରରେ ଯୁବକ ନିଖୋଜ

ସୁନ୍ଦରଗଡ: ପୁଣି ସେଲ୍ଫି ନିଶା  ହେଲା କାଳ । ସେଲଫି ନେଉ ନେଉ ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। ଯୁବକଙ୍କ ନାମ ଲୋପା ମୁଣ୍ଡା। ଓ ଘର ସୁନ୍ଦରଗଡ଼ କାଲଟା ଅଞ୍ଚଳରେ ବୋଲି ଜଣାପଡିଛି । ଅଗ୍ନିଶମବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ହେଁ ଯୁବକଙ୍କର କୌଣସି ପତ୍ତା ମିଳିନି ।

ମିଳିଥିବା ସୂଚନା ଅନୁସାରେ, ଲୋପା ମୁଣ୍ଡା ଓ ତାଙ୍କର ଜଣେ ସାଙ୍ଗ ଗତକାଲି ବରସୁଆଁରେ ଥିବା ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ।  ଉଭୟେ ବରସୁଆଁ ନିକଟ ଖଣ୍ଡାଧାର ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଉପର ଖଣ୍ଡାଧାରରେ ରହି ସେଲଫି ନେଉଥିଲେ । ଏହି ସମୟରେ ୨୦୦ ମିଟର ତଳକୁ ଖସିପଡ଼ିଥିଲେ ।

ଅନ୍ୟପକ୍ଷେ ଏକଥା ମଧ୍ୟ କୁହାଯାଉଛି, ଯୁବକ ଜଣକ ଗାଧୋଇବା ପରେ ପ୍ୟାଣ୍ଟ ପିନ୍ଧୁ୍‌ଥିବାବେଳେ ତାଙ୍କର ଗୋଡ ଖସି ଯାଇଥିଲା । ସେ ୮୦୦ରୁ ୯୦୦ ମିଟର ତଳକୁ ଖସିପଡ଼ି  ଜଳସ୍ରୋତରେ ନିଖୋଜ ହୋଇଯାଇଥିଲେ । ଯାହା ବି ହେଉ,  ଗତକାଲି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ହେଲେ ଲୋପାଙ୍କ ସନ୍ଧାନ ପାଇ ନ ଥିଲେ ।  ଆଜି ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।

Leave A Reply

Your email address will not be published.