Latest Odisha News

BREAKING NEWS

ପୁଣିଥରେ ଭୟଙ୍କର ସ୍ଥିତି ନେବାକୁ ବସିଲାଣି କରୋନା; ଆଜି ସଂକ୍ରମଣ ୬ ହଜାର ପାର୍

ନୂଆଦିଲ୍ଲୀ: ପୁଣିଥରେ ଭୟଙ୍କର ସ୍ଥିତି ନେବାକୁ ବସିଲାଣି କରୋନା ମହାମାରୀ। ଆଜି ଦୈନିକ ସଂକ୍ରମଣରେ ୬ ହଜାର ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬,୦୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତକାଲି ଠାରୁ ଆଜି ସଂକ୍ରମଣରେ ୧୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

ସେହିପରି ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦିନକରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୫.୩୦,୯୪୩ ହୋଇଛି। ସେହିପରି ବର୍ତ୍ତମାନ ସୁଧା ଦେଶରେ ୪,୪୧,୮୫,୮୫୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି ।

ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ କୋଭିଡ ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

ସଂକ୍ରମଣ ବଢ଼ୁଥିବାରୁ ଦୈନିକ ସଂକ୍ରମଣ ହାର ୩.୩୯କୁ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ସଂକ୍ରମଣ ୩.୦୨କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୧,୭୮,୫୩୩ ଟେଷ୍ଟ କରାଯାଇଥିବା ବେଳେ ୨୩୩୪ ଭ୍ୟାକ୍ସିନ ଡୋଜ୍ ଦିଆଯାଇଛି। ୨୦୨୧ ଜୁନ ୧୬ ଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୨୦,୬୬,୨୦,୭୦୦ ଭ୍ୟାକ୍ସିନ ଡୋଜ୍ ଦିଆଯାଇ ସାରିଲାଣି।

ତେବେ ଆଜି ଦିଲ୍ଲୀରେ ସାମାନ୍ୟ ସଂକ୍ରମଣ ହ୍ରାସ ପାଇଛି। ଦିନକରେ ୨୬୫ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ କରୋନା ରୋଗୀଙ୍କ ସକ୍ରିୟ ସଂଖ୍ୟା ୨,୦୬୦ ହୋଇଛି। ସ ସେହିପରି ମହାରାଷ୍ଟ୍ରରେ ୩,୯୮୭ କରୋନ ସକ୍ରିୟ ରୋଗୀ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

 

Comments are closed.