Latest Odisha News

ଅସ୍ତ୍ରୋପଚାର ସମୟରେ ଚାଲିଗଲା ମହିଳାଙ୍କର ଜୀବନ; ଚିକତ୍ସାରେ ତ୍ରୁଟି ଅଭିଯୋଗ ଆଣିଲେ ପରିବାର

ଜୟପୁର : ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ମହିଳାଙ୍କର ମୃତ୍ୟୁ ଘଟିଛି । ଦୁଇଟି ସନ୍ତାନର ମା ହେବା ପରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ଆସିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି  ।

ଗତକାଲି ରାତି ୧୧ଟାରେ ମହିଳା ଜଣକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ । ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହିଥିଲା । ପରେ ଅସ୍ତ୍ରୋପଚାର ହୋଇଥିଲା ହେଲେ ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳା ଜଣକ ହେଲେ ଆନ୍ଧ୍ରପ୍ରଦେଶର ମୁଚିମ୍ ପୁଟ ଥାନା ଅଞ୍ଚଳର ସୂର୍ଯ୍ୟ ତେଜ ବଡନାୟକ । ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚିକତ୍ସାରେ ତ୍ରୁଟି ଅଭିଯୋଗ ଆଣି ଧାରଣାରେ ବସିଥିଲେ ପରିବାର ଲୋକେ ।

ସୂଚନା ଅନୁଯାୟୀ, ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ  ଆନ୍ଧ୍ର ଅଞ୍ଚଳର କିଛି ମହିଳା ଜୟପୁର ସ୍ଥିତ ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ସୂର୍ଯ୍ୟ ତେଜ ବଡନାୟକ ମଧ୍ୟ ଜଣେ ଥିଲେ । ହେଲେ ଅନ୍ୟ ମହିଳା ମାନେ ଚିକିତ୍ସିତ ହେଉଥିବା ବେଳେ ସୂର୍ଯ୍ୟ ତେଜ ବଡନାୟକଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ଘଟଣାକୁ ନେଇ ଚିକିତ୍ସାରେ ତ୍ରୁଟି ଅଭିଯୋଗ ଆଣିଥିଲେ ସୂର୍ଯ୍ୟ ତେଜ ବଡନାୟକଙ୍କ ସ୍ୱାମୀ । ତାଙ୍କ କହିବାନୁଯାୟୀ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି ।

ସୂର୍ଯ୍ୟ ତେଜ ବଡନାୟକଙ୍କର ଦୁଇଟି ପୁତ୍ର ରହିଛନ୍ତି। ଦୁଇଟି ସନ୍ତାନର ମା ହେବା ପରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ଜୟପୁର ଜିଲ୍ଲା ମୁଖ୍ୟ  ଚିକତ୍ସାଳୟକୁ  ଆସିଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକ ଜୟପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଧାରଣା ଦେଇଥିଲେ । ପରେ ଘଟଣାସ୍ଥଳରେ ଜୟପୁର ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ କରିଥିଲେ।

Leave A Reply

Your email address will not be published.