Latest Odisha News

କରୋନା ବାହାନାରେ ହସ୍ପିଟାଲରୁ କଏଦୀ ଚମ୍ପଟ୍ !

ହାଇଦ୍ରାବାଦ: କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୨୯ଜଣ କଏଦୀ । ହେଲେ କରୋନାକୁ ଆଳ କରି ଚମ୍ପଟ ମାରିଲେ ୪ କଏଦୀ । କଏଦୀଙ୍କ ପାଇଁ ପୋଲିସ ନାକେଦମ ହୋଇଥିଲାବେଳେ ସିସିଟିଭ ଫୁଟେଜରୁ ମିଳିଲାନି କୌଣସି ସୁରାକ୍ ।

ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରେ ୧୫ଦିନ ପୂର୍ବରୁ କରୋନାରେ ସଂକ୍ରମିତ ୪ କଏଦୀଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ଗୁରୁବାର ସକାଳୁ ସମସ୍ତ କଏଦୀ ହସ୍ପିଟାଲରୁ ଚମ୍ପଟ୍ ମାରିଛନ୍ତି । ଫେରାର କଏଦୀଙ୍କ ମଧ୍ୟରୁ ଦୁଇଜଣ ବିଚାରଧୀନ ଥିବାବେଳେ ଅନ୍ୟ ଦୁଇଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସମସ୍ତ କଏଦୀ ଚେର୍‌ଲାପଲ୍ଲୀ ସେଣ୍ଟ୍ରାଲ ଜେଲର ବୋଲି ଜଣାପଡିଛି ।

କଏଦୀଙ୍କ ସନ୍ଧାନରେ ପୋଲିସ ଦିନରାତି ଏକ କରିଛି । ହେଲେ ବାଥରୁମ୍‌ର ଝରକା ଭାଙ୍ଗି ଫେରାର ଥିବା କଏଦୀ ହସ୍ପିଟାଲ ପରିସରରେ ଲୁଚିଥିବା ପୋଲିସ ଅନୁମାନ କରୁଛି । ସମସ୍ତ ସିସିଟିଭ ଫୁଟେଜ ଯାଂଚ କରିବା ପରେ ସେମାନେ ବାହାରକୁ ଯାଇନଥିବା ଜଣାପଡିଛି । ହସ୍ପିଟାଲରେ ହଜାରେରୁ ଅଧିକ କରୋନା ରୋଗୀ ଥିବାବେଳେ ସେଥିରେ ୨୯ଜଣ କଏଦୀ ସାମିଲ ଥିଲେ । ତେବେ ହସ୍ପିଟାଲରେ କଏଦୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ନିର୍ମାଣ ହୋଇଥିଲେ ବି ସେମାନଙ୍କ ଉଭାନ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

Leave A Reply

Your email address will not be published.