Latest Odisha News

BREAKING NEWS

ରାଜଧାନୀର ଏହି ରାସ୍ତାରେ ବନ୍ଦ ରହିବ ଗାଡି ଚଳାଚଳ

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତାରେ ଗଡିବନି ଗାଡି  ।  ଯାନବାହନ ପାଇଁ ବନ୍ଦ ରାଯାଇଛି ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା  । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ଏହି ଐତିହ୍ୟସମ୍ପନ୍ନ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ନେଇ କଟକଣା ଜାରି କରିଛି ପ୍ରତ୍ନତତ୍ତ୍ୱ ବିଭାଗ।  ପର୍ଯ୍ୟଟକଙ୍କ ଚଳପ୍ରଚଳ ବେଳେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବାକୁ ଦୀର୍ଘ ଦିନରୁ ଏପରି ପଦକ୍ଷେପ ନିଆଯାଇଛି । ଏଥିହସିତ ଭାରିଯାନ ଚଳାଚଳ ଐତିହ୍ୟ ସ୍ଥଳ ଉପରେ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଛକରୁ ଉଦୟଗିରି ନୂଆ ପାର୍କିଂ ଯାଏ ଥିବା ରାସ୍ତାରେ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରି ଦେଇଛି ପ୍ରତ୍ନତତ୍ତ୍ୱ ବିଭାଗ।

ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କାରଣ ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ବ୍ୟକ୍ତିଙ୍କୁ ଏବେ ଅଧିକ ବାଟ ବୁଲି ବୁଲି ଆସିବାକୁ ପଡିବ । ଅନ୍ୟପକ୍ଷେ ପାର୍କିଂସ୍ଥାନରୁ କୀର୍ତ୍ତିରାଜି ଯାଏଁ ବୟସ୍କ ଲୋକଙ୍କ ପାଇଁ  ବ୍ୟାଟେରୀ ଗାଡି ଚଳାଚଳର ବ୍ୟବସ୍ଥା କରିବ ବୋଲି କହିଛି ଏଏସଆଇ। ଏପଟେ ଯାନବାହନ ବନ୍ଦ ହୋଇଥିବାରୁ ଦୈନିକ ଯିବାଆସିବା କରୁଥିବା ଲୋକେ ଏବଂ ବ୍ୟବସାୟୀ ଅଧିକ ବାଟ ବୁଲି ବୁଲି ଆସିବା କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.